ନ୍ୟୁଜ୍

ଖସିଲା ସୁନା ଦର, ଗ୍ରାହକଙ୍କୁ ଆସ୍ୱସ୍ତି…

gold

ଅର୍ଗସ ବ୍ୟୁରୋ: ଖସିଲା ସୁନା ଦର । ଆମେରିକା ଉପରେ ଇରାନର ଆକ୍ରମଣ ପରେ ସୁନା ଦର ରେକର୍ଡ ଭାଙ୍ଗିଥିଲା । ୨ଦିନ ଧରି କ୍ରମାଗତ ଭାବେ ବଢୁଥିବା ସୁନାଦର ଆଜି ଖସିଛି । ଗୁରୁବାର ଆନ୍ତର୍ଜାତିକ ବଜାରରେ ସୁନାଦର ୨ ପ୍ରତିଶତ ବୃଦ୍ଧି ପାଇଥିଲା । ଯାହା ଗତ ୭ ବର୍ଷ ମଧ୍ୟରେ ଥିଲା ସବୁଠାରୁ ଅଧିକ ବୃଦ୍ଧି । ଏହାର ପ୍ରଭାବ ଭାରତର ସୁନାଦର ଉପରେ ମଧ୍ୟ ପଡ଼ିଥିଲା । ଏହା ପରେ 42 ହଜାର ଟପିଥିଲା ସୁନା ଦର ।

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିବାରୁ ସେୟାର ମାର୍କେଟ ଦୋହଲିଯାଇଥିଲା । ଯାହାର ପ୍ରଭାବ ସୁନା ଉପରେ ପଡିଥିଲା । ଫଳରେ ଲଗାତର ଭାବେ ସୁନାର ମୂଲ୍ୟ ବଢିବାରେ ଲାଗିଥିଲା । ତେବେ ଆମରିକା ଯୁଦ୍ଧ କରିବ ନାହିଁ ବୋଲି କହିବା ପରେ ନିବେଶକମାନେ ପୁଣି ସେୟାର ମାର୍କେଟ ଆଡକୁ ମୁହାଁଇଛନ୍ତି । ଯାହାଫଳରେ ସୁନା ଦର ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇଛି । ଆଜି ସକାଳେ ସୁନା ଦର ୧୦ ଗ୍ରାମ ପ୍ରତି ୩୯,୭୨୫ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା । ସକାଳ ସାଢେ ଦଶଟା ସୁଦ୍ଧା ସୁନା ଦର ୦.୩୮ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୩୯, ୬୭୮ ଟଙ୍କା ରହିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top