X
Breaking News
ନ୍ୟୁଜ୍

ଆହୁରି ବଢିବ ତାତି, ଛଟପଟ ହେଲେଣି ରାଜ୍ୟବାସୀ

heatwave

ଭୁବନେଶ୍ୱର: ତତଲା ତାଓ୍ୱାରେ ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରେ ତାତି ବଢୁଥିବା ବେଳେ ପଶ୍ଚିମ ଓଡ଼ିଶାରେ ତାତି ଅସହ୍ୟ ହେଲାଣି । ତେବେ ଆସନ୍ତା 18ରୁ ତାତି ଆହୁରି ବଢିବ ବୋଲି ରାଜ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି । 7ଟି ଜିଲ୍ଳାର ଏବେ ତାପମାତ୍ରା 45 ଡିଗ୍ରୀରୁ ଉର୍ଦ୍ଧ୍ୱ ରହିଛି । ଲୋକଙ୍କୁ ଘରୁ ଅଯଥାରେ ନବାହାରିବା ପାଇଁ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଆସନ୍ତା 17 ତାରିଖ ସୁଦ୍ଧା ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରିଣ ଜିଲ୍ଲା ଗୁଡିକରେ ତାତି ଅସହ୍ୟ ହେବ ବୋଲି ସିଇସି (ସୋଆ ପରିବେଶ ଓ ଜଳବାୟୂ କେନ୍ଦ୍ର)ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । 18 ତାରିଖ ସୁଦ୍ଧା ପଶ୍ଚିମ ଓ ଆଭ୍ୟନ୍ତରିଣ ଓଡିଶାରେ ତାପମାତ୍ରା କ୍ରମାଗତ ଭାବେ ବଢିଚାଲିବ । ଏନେଇ 7ଟି ଜିଲ୍ଲାକୁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣି ଜାରି କରିଛନ୍ତି ।

ବଲାଙ୍ଗିର, ନୂଆପଡା, ସୋନପୁର, ବରଗଡ, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡରେ ତାପମାତ୍ରା 45 ଡିଗ୍ରୀଠୁ ଉର୍ଦ୍ଧ୍ୱ ରହିବ ବୋଲି ସୂଚନା ଦିଆଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ 10ଟା ପରେ ପଦାରେ ନବୁଲିବାକୁ ଓ ଛୁଆଠୁ ଆରମ୍ଭ କରି ବୃଦ୍ଧ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top