ନ୍ୟୁଜ୍

ପୁଣି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା !

SUICIDE

ବ୍ରହ୍ମପୁର: ପୁଣି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ! ପ୍ରେମରେ ବାଧା ସୃଷ୍ଟି ହେବାରୁ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ । ଗଛରେ ଦଉଡ଼ି ଦେଇ ପ୍ରେମୀ ଜୁଗଳଙ୍କ କରିଛନ୍ତି ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୁର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନାପାଲ୍ଲି ଗାଁରେ ।

ଆଜି ସକାଳୁ ଗାଁର ହରିଜନ ସାହି ନିକଟରେ ଥିବା ଏକ ଗଛରେ ସେହି ଗାଁର ବିଜ୍ଞାନୀ ନାହାକ ଓ କୈଳାଶ ନାହାକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଗାଁ ଲୋକ ଦେଖିବାକୁ ପାଇଥିଲେ । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପ୍ରେମ ଜନିତ କାରଣରୁ ଉଭୟେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ପାରିବାରିକ କଳହ ମଧ୍ୟ କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top