ଧର୍ମ

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ, ‘ଜୟ ଲିଙ୍ଗରାଜ’ ଧ୍ୱନୀରେ କମ୍ପିଲା ସାରା ଅଞ୍ଚଳ

Mahadeepa

ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ । ନୀତିକାନ୍ତି ସମ୍ପନ୍ନ ପରେ ଉଠିଲା ମହାଦୀପ । ମହାଦୀପ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ । ବହୁ ଆଡ଼ମ୍ବରରେ ପାଳନ ହୋଇଯାଇଛି ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ । ପୂର୍ବରୁ ରାତି ଦଶଟାରେ ମହାଦୀପ ଉଠିବ ବୋଲି ସ୍ଥିର ହୋଇଥିବା ବେଳେ 9.45ରେ ମହାଦୀପ ଉଠିଛି । ମହାଦୀପ ଉଠିବା ପରେ ଅନେକ ଶ୍ରଦ୍ଧାଳୁ ଠାକୁରଙ୍କୁ ପ୍ରଣାମ କରି ଉପବାସ ଭାଙ୍ଗିଛନ୍ତି । ‘ଜୟ ଲିଙ୍ଗରାଜ’ ଓ ‘ଓଁ ନମଃ ଶିବାୟ’ ଧ୍ୱନୀରେ ପ୍ରକମ୍ପିତ ହେଲା ସାରା ଅଞ୍ଚଳ ।

Mahadeepa

ତେବେ ଅନ୍ୟ ପ୍ରସିଦ୍ଧ ଶୈବ ପୀଠ ଗୁଡ଼ିକରେ ବିଳମ୍ବିତ ରାତିରେ ମହାଦୀପ ଉଠିବ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ କପିଳାଶ ପୀଠରେ ଭୋର ୪ଟା ୨୦ରେ ମହାଦୀପ ଉଠିବ । ସେହିପରି ଭୋର ୩ ଟାରେ ଲୋକନାଥଙ୍କ ପୀଠରେ ମହାଦୀପ ଉଠିବାକୁ ଥିବା ବେଳେ ଆରଡ଼ି ପୀଠରେ ମହାଦୀପ ଭୋର ୫ଟାରେ ଉଠିବ ବୋଲି ଜଣାପଡ଼ିଛି । ଧବଳେଶ୍ୱର ପୀଠରେ ରାତି ୧ ଟାରେ ମହାଦୀପ ଉଠିବ । ସମ୍ବଲପୁର ହୁମା ଶୈବପୀଠରେ ଭୋର ୪ଟାରେ ମହାଦୀପ ଉଠିବ । ଗୁପ୍ତେଶ୍ୱରରେ ରାତି ୧୧ଟା ୩୦ରୁ ୧୨ଟା ଭିତରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top