ଅପରାଧ

ମାହାଙ୍ଗାର ଟେଣ୍ଡର ଦୁର୍ନିତିକୁ ଲୋକାୟୁକ୍ତଙ୍କ ଛାଟ, ଭିଜିଲାନ୍ସ ହାତରେ ତଦନ୍ତ ଭାର…

mahanga

କଟକ: ମାହାଙ୍ଗାର ଟେଣ୍ଡର ଦୁର୍ନିତିକୁ ଲୋକାୟୁକ୍ତଙ୍କ ଛାଟ । ପୂର୍ତ୍ତ ବିଭାଗରେ ଟେଣ୍ଡର ଦୁର୍ନ୍ନୀତି ଘଟଣାର ଭିଜିଲନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । 6 ମାସ ଭିତରେ ତଦନ୍ତ ଶେଷ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପୂର୍ତ୍ତ ବିଭାଗର ବିଭିନ୍ନ କାର୍ଯ୍ୟ ଟେଣ୍ଡର ନକରି ପ୍ରାୟ 7 କୋଟି 79 ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିଲା । ଏନେଇ ଲୋକୟୁକ୍ତଙ୍କ ପାଖରେ ଏକ ମାମଲା ରୁଜୁ ହେବା ପରେ କଟକ ଆର୍‌ ଏଣ୍ଡ୍‌ ବି ଡିଭିଜନ-2ର ନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ କରିଥିଲେ ଲୋକାୟୁକ୍ତ । ଏପରିକି ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ଏନେଇ ନୋଟିସ କରାଯାଇଥିଲା । ଏବେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ସ୍ଥାନୀୟ ବାସିନ୍ଦା ସ୍ବାଗତ କରିଥିବା ବେଳେ ତଦନ୍ତ ହୋଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ।

ତେବେ ଟେଣ୍ଡର ହୋଇ କାର୍ଯ୍ୟ ହେଉନଥିଲେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ବାରମ୍ବାର ଏନେଇ ପୂର୍ତ୍ତବିଭାଗ ସଚିବ, ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲେ ସୁଦ୍ଧା ତଦନ୍ତ ଚାଲୁଛି କହି କାମ ସାରିଦେଇଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ସାରଦା ପ୍ରଧାନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top