ଧର୍ମ

ଲକ୍ଷେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ମହାଶିବରାତ୍ରି ପାଇଁ ଆଧ୍ୟାତ୍ମିକ ସଭା

Lakheswar Temple

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଫୁଲନଖରା ସ୍ଥିତ ଲକ୍ଷେଶ୍ୱରଙ୍କ ପୀଠରେ ଲାଗିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । ଏହି ଅବସରରେ ଲକ୍ଷେଶ୍ୱର ବଡ଼ସିଂହାର ବେଶ ସେବାସମିତି ପକ୍ଷରୁ ମହାଶିବରାତ୍ରି ଉପଲକ୍ଷେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଯାଇଛି । ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ଛତିଶାନିଯୋଗର ମୁଖ୍ୟ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ପଦ୍ମଶ୍ରୀ ଡି.ପ୍ରକାଶ ରାଓ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକୁ ଉଦ୍‌ଘାଟନ କରିଥିଲେ ।

ଉକ୍ତ ସଭାରେ ଆଧ୍ୟାତ୍ମିକ ଚିନ୍ତାଧାରା ଉପରେ ଆଲୋକପାତ କରିବା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସେବା ସମିତି ପକ୍ଷରୁ ଅତିଥି ମାନେ ସମ୍ବର୍ଦ୍ଧିତ କରିବା ସହ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ । ଏହି ଅବସରରେ ଲକ୍ଷେଶ୍ୱର ବଡସିଂହାର ବେଶ ସେବାସମିତି ପକ୍ଷରୁ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କୁ  ସମ୍ନାନିତ କରାଯାଇଥିଲା । ପରିଶେଷରେ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବଡସିଂହାର ସେବାସମିତିର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top