ଧର୍ମ

କେଉଁଠି କେତେବେଳେ ଉଠିବ ମହାଦୀପ ? ଜାଣନ୍ତୁ…

Mahadeepa

ଭୁବନେଶ୍ୱର: ଆଜି ମହାଶିବ ରାତ୍ରି । ଶୈବ ପୀଠରେ ଲଗାଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜାଗର ଦୀପ ଜାଳିବା ପାଇଁ ମନ୍ଦିରରେ ଭକ୍ତଙ୍କ ସମାଗମ । ଗାଁ ଗହଳିଠାରୁ ଆରମ୍ଭ କରି ସହରର ଶିବ ମନ୍ଦିର ଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଚଳିତ ଥର ମହାଦୀପ ବିଳମ୍ବରେ ଉଠୁଥିବା କୁହାଯାଇଛି । ତେଣୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିରରେ ଭିଡ଼ ରହିବ ବୋଲି ଆଶା କରାଯାଉଛି । ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।

ତେବେ କେଉଁଠି କେତେବେଳେ ମହାଦୀପ ଉଠିବ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ । ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରର ପ୍ରସିଦ୍ଧ ଶୈବ ପୀଠ ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ । କପିଳାଶ ପୀଠରେ ଭୋର ୪ଟା ୨୦ରେ ମହାଦୀପ ଉଠିବ । ସେହିପରି ଭୋର ୩ ଟାରେ ଲୋକନାଥଙ୍କ ପୀଠରେ ମହାଦୀପ ଉଠିବାକୁ ଥିବା ବେଳେ ଆରଡ଼ି ପୀଠରେ ମହାଦୀପ ଭୋର ୫ଟାରେ ଉଠିବ ବୋଲି ଜଣାପଡ଼ିଛି । ଧବଳେଶ୍ୱର ପୀଠରେ ରାତି ୧ ଟାରେ ମହାଦୀପ ଉଠିବ । ସମ୍ବଲପୁର ହୁମା ଶୈବପୀଠରେ ଭୋର ୪ଟାରେ ମହାଦୀପ ଉଠିବ । ଗୁପ୍ତେଶ୍ୱରରେ ରାତି ୧୧ଟା ୩୦ରୁ ୧୨ଟା ଭିତରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top