X
Breaking News
ନ୍ୟୁଜ୍

ଆକସ୍ମିକ ପାଣ୍ଠିକୁ ଖୋଳ କରିବା ପରେ ରିଲିଫ ଟଙ୍କାରେ ଯୋଜନା ଚଳାଉଛନ୍ତି ରାଜ୍ୟ ସରକାର !

CMRF

ଭୁବନେଶ୍ୱର: କଣା ହୋଇଚାଲିଛି  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି  । ବନ୍ୟା, ବାତ୍ୟା, ମରୁଡି, ଦୁର୍ଘଟଣା ଆଦି ଅତ୍ୟନ୍ତ ଜରୁରୀ କାଳୀନ ଆପଦକାଳରେ ଲୋକମାନଙ୍କୁ ସହାୟତା ପାଇଁ ଗଠନ ହୋଇଥିବା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଅର୍ଥ, ଆହର କେନ୍ଦ୍ରରେ ଖର୍ଚ୍ଚ ହେଉଛି । କେବଳ ସେତିକି ନୁହେଁ, ନିର୍ବାଚନ ପୂର୍ବରୁ ଭୋଟ ସାଉଁଣ୍ଟିବା ପାଇଁ କାଳିଆ ଯୋଜନାରେ ଦିଆଯାଇଥିବା ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ହିଁ ଯାଇଛି  । ଏକଥା ଆମେ କହୁ ନାହୁଁ, ସୂଚନା ଅଧିକାର ଆଇନ ହିଁ କହୁଛନ୍ତି । ଏବେ ଫୋନି ପାଇଁ ଆସୁଥିବା କୋଟି କୋଟି ଟଙ୍କା ଏଭଳି କେଉଁଥିପାଇଁ ଖର୍ଚ୍ଚ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ  ।

ଲୋକଙ୍କ ଅନୁଦାନରେ ବାଃ ବାଃ ଲୁଟୁଛନ୍ତି ରାଜ୍ୟ ସରକାର । ଅର୍ଥ ଆସୁଛି ଅସହାୟଙ୍କୁ ସହାୟତା ଯୋଗାଇବା ପାଇଁ, କିନ୍ତୁ ଏହି ଅର୍ଥ ଖର୍ଚ୍ଚ ହେଉଛି ସରକାରୀ ଯୋଜନା ରୂପାୟନରେ । ଏମିତି କିଛି ସାଙ୍ଘାତିକ  ଠକେଇର ଖୁଲାସା କରିଛି ସୂଚନା ଅଧୀକାର ଆଇନ ବଳରେ ମିଳିଥିବା ଏକ ଚିଠି  । ୫ ଟଙ୍କିଆ  ଭାତ ଡାଲମା ଦେଇ ଲୋକଙ୍କ ଭୋକ ମେଣ୍ଟାଉଛନ୍ତି ବୋଲି ନବୀନ ପଟ୍ଟନାୟକ  ପ୍ରଂଶସା ଗୋଟାଉଛନ୍ତି  । ନିଜ ପାଇଁ ଭୋଟ୍ ବ୍ୟାଙ୍କ ସୃଷ୍ଟି କରୁଛନ୍ତି  । କିନ୍ତୁ ଆରଟିଆଇର ଏହି ରିପୋର୍ଟ କହୁଛି, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆହାର ଯୋଜନାରେ ୧୨୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି  ।

CMRF

ସାଧାରଣତଃ ବନ୍ୟା ଓ ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକ ଏବଂ ଆକସ୍ମିକ ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ହୋଇଥାଏ  । ସେଥିପାଇଁ ଜନସାଧାରଣଙ୍କଠୁ ଆରମ୍ଭ କରି ଶିଳ୍ପପତି ପର୍ଯ୍ୟନ୍ତ ଆପଦକାଳରେ ସମସ୍ତେ ସିଆରଏଫକୁ କୋଟି କୋଟି ଟଙ୍କା ଦାନ କରିଥାନ୍ତି । କ୍ଷତିଗ୍ରସ୍ତଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଏ  ।  ଏହା ଏକ ସାମ୍ବିଧାନିକ ବିଧି ବ୍ୟବସ୍ଥା  । କିନ୍ତୁ ଏ ସବୁ କିଛି ନିୟମକୁ ଉଲଙ୍ଘନ କରି  ମୁଖ୍ୟମନ୍ତ୍ରୀ ମନ ଇଛା ଏହି ଅର୍ଥକୁ  ଆହାର ଯୋଜନାରେ ବିନିଯୋଗ କରୁଛନ୍ତି  । ସରକାରଙ୍କ ଏହି ଜଘନ୍ୟ ହରିଲୁଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ  ।

CMRF

ପ୍ରଥମେ କାଳିଆ ଯୋଜନା ଆଳରେ ଆକସ୍ମିକ ପାଣ୍ଠିରୁ ଟଙ୍କା ଉଠାଇ ନେଇ ରାଜ୍ୟକୁ ବିପଦ ମୁହଁକୁ ଠେଲି ଦେଲେ ରାଜ୍ୟ ସରକାର । ଏବେ ପୁଣି ରିଲିଫ୍ ପାଣ୍ଠିକୁ ବି କଣା କରି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ  । ରାଜ୍ୟରେ ମୋଟ୍ ୧୧୯ ଟି ଆହାର କେନ୍ଦ୍ର ଚାଲୁଥିବା ବେଳେ ଏଥିପାଇଁ  ଚଳିତ ଜାନୁୟାରୀ ସୁଦ୍ଧା ୧୫୬ କୋଟି ଖର୍ଚ୍ଚ ହୋଇଛି  । ଯେଉଁଥିରେ ୭୦ ପ୍ରତିଶତ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଯାଇଛି  । ଏଠାରେ ପ୍ରଶ୍ନ ଉଠୁଛି ସମସ୍ତ ସରକାରୀ ଯୋଜନା ପାଇଁ ସ୍ୱତନ୍ତ୍ର ବଜେଟ୍ ପ୍ରାବଧାନ ଥିବା ବେଳେ ଆହାର ପାଇଁ କାହିଁକି ବଜେଟରେ ବ୍ୟବସ୍ଥା କରାଯାଉ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠୁଛି  । ଏବେ ଫୋନୀ ପାଇଁ ଆସୁଥିବା କୋଟି କୋଟି ଟଙ୍କା ଆଉ କେଉଁ ସରକାରୀ ଯୋଜନାରେ ଖର୍ଚ୍ଚ ହେବ, ତାହା ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି  ।.

Click to comment

Leave a Reply

Your email address will not be published. Required fields are marked *

Most Popular

To Top