X
Breaking News
ଧର୍ମ

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି

pana

ଆଜି ମହାବିଷୁବ ପଣା ସଂକ୍ରାନ୍ତି । ହିନ୍ଦୁମାନଙ୍କର ପ୍ରମୁଖ ପର୍ବ । ସେହିପରି ଓଡିଆ ନବବର୍ଷ ମଧ୍ୟ ଆଜିଠାରୁ ଆରମ୍ଭ । ଓଡିଶାରେ ଏହାକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଏ । ତେଣୁ ଏହାକୁ ନୂଆ ଓଡିଆ ନୂଆ ବର୍ଷ କୁହାଯାଏ । ଆଜିଠାରୁ ସୂର୍ୟ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରି କର୍କଟ କ୍ରାନ୍ତି ଆଡ଼କୁ ଗମନ କରନ୍ତି । ଏହି ଦିନର ଆଉ ଏକ ମାହାତ୍ମ୍ୟ ମଧ୍ୟ ରହିଛି । ଆଜିର ଦିନକୁ ମହାବୀର ହନୁମାନଙ୍କ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ ।

pana

ଓଡ଼ିଆ ପଞ୍ଜିକା ଅନୁସାରେ ଆଜି ପ୍ରଥମ ଦିନ । ତେଣୁ ପ୍ରତ୍ୟେକ ଓଡିଆ ଘରେ ତଥା ମନ୍ଦିରରେ ସ୍ବତନ୍ତ୍ର ପୂଜାପାଠ କରାଯାଇଥାଏ । ଘରେ ଘରେ ସଂକ୍ରାନ୍ତି ହୋମ ମଧ୍ୟ ହୋଇଥାଏ । ଆଜିଠାରୁ ଖରାର ତେଜ ଅଧିକା ହେଉଥିବାରୁ ତୁଳସୀ ଚଉରାରେ ଘଡି ବାନ୍ଧି ଜଳ ଦେବାର ବିଧି ରହିଛି । ସେହିପରି ଘରେ ଘରେ ପଣା ମଧ୍ୟ ତିଆରି ହେଉଛି । ପିଠାମିଠା ଖାଇ ନବବର୍ଷ ପାଳନ କରୁଛନ୍ତି ଲୋକେ ।

ସେହିପରି ଆଜି ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଉତ୍ସବମୁଖର ହୋଇଉଠିଛି ମନ୍ଦିର । ପୁର ଠୁ ପଲ୍ଲୀ ଚାରିଆଡେ ମନ୍ଦିରରେ ଆୟୋଜିତ ହୋଇଛି ହୋମଯଜ୍ଞ । ରାମନାମ ସଂକୀର୍ତ୍ତନରେ ପ୍ରସନ୍ନ ହୁଅନ୍ତି ମହାବୀର । ତେଣୁ ସମଗ୍ର ପରିବେଶ ରାବନାମ ଧ୍ବିନିରେ ଉଚ୍ଛୁଳି ଉଠୁଛି ।

ଆଜିର ଦିନରେ ଶ୍ରୀହନୁମାନଙ୍କ କାମ ଜପ, ଚାଳିଶା, ସଙ୍କଟମୋଚନ ଚଉତିଷା, ସମ୍ପୂର୍ଣ୍ଣ ତୁଳସୀ ରାମାୟଣ ପାଠ କରାଗଲେ ସକଳ ବ୍ୟାଧିରୁ ମୁକ୍ତି ମିଳେ ଓ ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

pana

ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାମୁଯାତ୍ରା ଆୟୋଜିତ ହୋଇଥାଏ । ମାସକ ପୂର୍ବରୁ ପାଟୁଆମାନେ ଶିବ ଗୌରୀ ଉପାସନାକୁ ଆଜିର ଦିନରେ ଉଦଯାପନ କରାନ୍ତି । ଦଣ୍ଡପାଟୁଆ ମାନେ ନିଆଁରେ ଚାଲି ନିଜ ଭକ୍ତିଭାବର ପରିଚୟ ଦେଇଥାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top