X
Breaking News
ଦେଶ

ଭୌତିକ ବିଜ୍ଞାନର ଜନକ ଆଇନଷ୍ଟାଇନ୍‌ଙ୍କୁ କିଏ ଭୁଲ ପ୍ରମାଣିତ କରିଛନ୍ତି ଜାଣନ୍ତୁ…

Kailash sahu

ଭୁବନେଶ୍ୱର: ଓଡ଼ିଆ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍‌ଙ୍କୁ ଭୁଲ ପ୍ରମାଣିତ କରି ମହାକାଶ ବିଜ୍ଞାନକୁ ଏକ ନୂଆ ଦିଗ ଦେଇଛନ୍ତି । ସମଗ୍ର ବିଶ୍ୱରେ ନିଜର ତଥ୍ୟ ପ୍ରମାଣିତ କରିଛନ୍ତି ଓଡ଼ିଆ ବୈଜ୍ଞାନିକ କୈଳାଶ ସାହୁ ଏବଂ ତାଙ୍କ ଟିମ୍ । ତେବେ  ବୈଜ୍ଞାନିକ କୈଳାଶ ସାହୁଙ୍କ ଗବେଷଣା ବିଷୟରେ ଜାଣିବା ପୂର୍ବରୁ ଆସନ୍ତୁ ସେହି ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍‌ଙ୍କୁ ଟିକେ ମନେପକାଇବା ।

ଆଲବର୍ଟ ଆଇନଷ୍ଟାଇନ 1879 ମସିହାରେ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ । ଜନ୍ମ ସମୟରେ ଆଇନଷ୍ଟାଇନ୍‌ଙ୍କ ମସ୍ତିଷ୍କ ବହୁତ ବଡ଼ ଥିଲା  । ସେ 4 ବର୍ଷ ପରେ କଥା କହିବା ଆମମ୍ଭ କରିଥିଲେ । ଆଇନଷ୍ଟାଇନଙ୍କ ଅନୁସାରେ ତାଙ୍କ ମସ୍ତିଷ୍କ ତାଙ୍କ ପ୍ରୟୋଗଶାଳା ଥିଲା ଏବଂ ଫାଉଣ୍ଟେନ ପେନ୍ ତାଙ୍କ ଉପକରଣ । ସବୁଠାରୁ ମଜା କଥା ହେଲା, ଦୁନିଆର ସବୁଠାରୁ ବଡ଼ ବୈଜ୍ଞାନିକଙ୍କ ସ୍ମରଣଶକ୍ତି କିନ୍ତୁ ଭଲ ନଥିଲା । ତାଙ୍କୁ ତାରିଖ ଓ ଫୋନ ନଂ ମନେ ରଖିବାକୁ ଅସୁବିଧା ହେଉଥିଲା । ଆଇନଷ୍ଟାଇନଙ୍କ ଜନ୍ମଦିନ ମାର୍ଚ୍ଚ 14କୁ ସାରା ବିଶ୍ୱ ‘ଜିନିୟସ୍ ଡେ’ ହିସାବରେ ପାଳନ କରିଥାଏ ।

ଆଇନଷ୍ଟାଇନ୍‌ଙ୍କୁ ଭୌତିକ ବିଜ୍ଞାନର ଜନକ ବୋଲି କୁହାଯାଏ । ସେ ତାରାର ଓଜନ ଆକଳନ ସମ୍ଭବ ନୁହେଁ ବୋଲି ମତ ଦେଇଥିଲେ । ଏବେ କିନ୍ତୁ ଏହି ମତକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଓଡ଼ିଆ ପୁଅ ତଥା ଆମେରିକାର ଟେଲିସ୍କୋପ ସାଇନ୍ସ ଇନଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ କୈଳାଶ ସାହୁ ।

ଗ୍ରାଭିଟେସନାଲ ଲେନସିଂ ଥିଓରୀ ବଳରେ ସଫଳ ପରୀକ୍ଷଣ କରି ଆଇନଷ୍ଟାଇନ୍‌ ଯାହା କଳ୍ପନା କରିପାରି ନଥିଲେ ତାକୁ ପ୍ରମାଣ କରିଛନ୍ତି କୈଳାଶ ଓ ତାଙ୍କ ଟିମ୍ । 2009 ମସିହାରେ ମାଧ୍ୟାକର୍ଷଣ ବଳକୁ ବ୍ୟବହାର କରି କିଛି ଆଲୋକ ତରଙ୍ଗ ମହାକାଶକୁ ପ୍ରେରଣ କରିଥିଲେ ଗବେଷକ ଦଳ । ପୃଥିବୀଠାରୁ 18 ଆଲୋକ ବର୍ଷ ଦୂର ରେ ଥିବା ତାରା ଷ୍ଟେସନ ସେମାନଙ୍କ ଟାର୍ଗେଟ୍ ଥିଲା । ଗବେଷଣାରୁ ଜଣାପଡିଲା ଯେ, ଷ୍ଟେସନର ଓଜନ 2051ବି ।

ଗଞ୍ଜାମ ଜିଲ୍ଲା ବେଲଗାମ ଗାଁରେ କୈଳାଶଙ୍କ ଜନ୍ମ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପରେ ଆଇଆଇଟି ଖଡଗପୁରରେ ସେ ପାଠ ପଢିଥିଲେ । ଦୃଢ ଇଚ୍ଛାଶକ୍ତି ବଳରେ ସେ ଆଜି ନାସାର ବରିଷ୍ଠ ବୈଜ୍ଞାନିକ । ମହାନ୍ ବୈଜ୍ଞାନିକ ଆଇନଷ୍ଟାଇନ୍‌ଙ୍କ ଭଳି ଓଡ଼ିଆ ବୈଜ୍ଞାନିକ କୈଳାଶଙ୍କ ପାଇଁ ସାରା ବିଶ୍ୱ ଗର୍ବିତ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top