X
Breaking News
ନ୍ୟୁଜ୍

ଲୋକପ୍ରିୟ ଅଭିନେତା, ନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ

anubhav mohanty

କଟକ: ଅଭିନେତା ତଥା କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ସାମ୍ୱାଦିକା । ଲୋକପ୍ରିୟ ଅଭିନେତା ଓ ନେତା ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ନାମରେ ମହିଳା ଜଣଙ୍କ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସାମ୍ୱାଦିକାଙ୍କୁ ଅନୁଭବ ଦୁର୍ବ୍ୟବହାର କରିଥିବା ନେଇ ସେ ଥାନାରେ ଏତଲା ଦେଇଛନ୍ତି । ଏ ନେଇ କଟକ ପୁରୀଘାଟ ଥାନାରେ ମଧ୍ୟ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ସାମ୍ୱାଦିକାଙ୍କ ଅଭିଯୋଗ ଅନୁଯାୟୀ, ଏକ ଖବର କାଗଜକୁ ଇଣ୍ଟର୍ଣ୍ଣ ପାଇଁ ଯିବା ଆସିବା ସମୟରେ ତାଙ୍କୁ ଅନୁଭବଙ୍କ ଭାଇ ଅନୁପ୍ରାସ ନିଜର ସାଙ୍ଗମାନଙ୍କ ସହ ମିଶି ହଇରାଣ ହରକତ କରିବା ସହ କମେଣ୍ଟ ମାରୁଥିଲେ । ମହିଳା ଜଣଙ୍କ ଏହାର ବିରୋଧ କରିଥିଲେ । ଘଟଣା ସଂପର୍କରେ ଜଣାଇବାକୁ ସାମ୍ବାଦିକା ୧୨ ତାରିଖ ରାତିରେ ଅନୁଭବଙ୍କ ଘରକୁ ଯାଇଥିଲେ । ଗୁହାରି କରିଥିଲେ ମାତ୍ର ସାଂସଦ ଅନୁଭବ ସାମ୍ବାଦିକାଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ଗାଳିଗୁଲଜ କରିଥିବା ସେ ଅଭିଯୋଗ ଆଣିଛନ୍ତି ।

ଏହାସହ ଅନୁଭବ ଅଶ୍ଳୀଳ ଗାଳି ଦେବା ସହ ଛେପ ପକାଇ ଧକ୍କା ମାରିଥିବା ସାମ୍ୱାଦିକା ଜଣଙ୍କ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ  ୧୧୮/୨୦୧୯ ମାମଲା ରୁଜୁ କରିଛି । ଆଇପିସିର ଦଫା ୨୯୪,୩୫୪(କ), ୩୨୩, ୩୪ରେ ମାମଲା ରୁଜୁ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top