ନ୍ୟୁଜ୍

ମୋ ସାଇକେଲକୁ ପୁରିଲା ବର୍ଷେ

Mo cycle

ଭୁବନେଶ୍ୱର: କ୍ୟାପିଟାଲ୍‌ ରିଜିଅନ୍ ଅରବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ୱାରା ପରିଚାଳିତ ମୋସାଇକେଲ ସେବାକୁ ଆଜି ୧ ବର୍ଷ ପୂରଣ ହୋଇଛି । ଏହି ଉପଲକ୍ଷେ ରୋଟାରି ଭବନରେ ପ୍ରଥମ ବର୍ଷ ପୁର୍ତ୍ତି ଉତ୍ସବ ପାଳନ କରାଯାଇଛି । ଏହି ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ସାଇକ୍ଲିଷ୍ଟ୍‌, ଅର୍ଜୁନ ପୁରସ୍କାର ବିଜେତା ମୀନତି ମହାପାତ୍ର ଓ ଆଇପିଏସ୍ ଅଫିସର, ସ୍ଥାନୀୟ ଟ୍ରାନସପୋଟ କମିସନର ସଞ୍ଜିବ ପଣ୍ଡା ଯୋଗଦାନ କରିଥିଲେ ।ଶ୍ରୀମତି ମହାପାତ୍ର ଏହି ଉପଲକ୍ଷେ ସ୍ମାର୍ଟ ସିଟିରେ ମୋସାଇକେଲ ସେବାର ଉପଲବ୍ଧ ଥିବାରୁ ନିଜର ଖୁସି ଜାହିର କରିଥିଲେ । ସ୍ମାର୍ଟସିଟିର ନାଗରୀକ ମାନଙ୍କୁ ସାଇକେଲ ଚଲାଇବା ଏକ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ପାଇଁ ଆହ୍ୱାନ କରିଥିଲେ । ଏହା କେବଳ କାର୍ବନ, ଫୁଟ୍‌ପ୍ରିଣ୍ଟ୍‌ କମ୍‌ କରିବନି ବରଂ ସୁସ୍ଥ ଶରୀର ପାଇଁ ଏକ ମୁଳଦୁଆ ସୃଷ୍ଟି କରିବ । ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥୋରିଟିର ଚେୟାରମ୍ୟାନ୍‌ ଏବଂ ଟ୍ରାନସପୋର୍ଟ କମିସନର ସଞ୍ଜିବ ପଣ୍ଡା କିଭଳି ଭାବରେ ଭୁବନେଶ୍ୱର ସାଇକ୍ଲିଂ ଓ ଆଡଭେନଚର କ୍ଲବ କିଭଳି ଭାବରେ ସାଇକ୍ଲିଂ ବିଷୟରେ ଜନସଚେତନତା ପାଇଁ କାର୍ଯ୍ୟରତ ତାହା ଜଣାଇଥିଲେ । ସ୍ମାର୍ଟସିଟି ଯଦି ମୋ ସାଇକେଲ ଉପରେ ଧ୍ୟାନ ଦେବ ତାହେଲେ ମହାନଗରର ପରିବେଶ ସୁରକ୍ଷା ଭଲ ଭାବରେ କାର୍ଯ୍ୟକାରୀ ହୋଇପାରିବ । ପ୍ରତ୍ୟେକ ରବିବାର ଦିନ ହେଉଥିବା ଗୃପ ସାଇକ୍ଲିଙ୍ଗରେ ଅଧିକାରୁ ଅଧିକ ଲୋକ ଯୋଗଦାନ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ସାଇକ୍ଲିଂରେ ଦେଶ ସାରା ଏବଂ ବିଦେଶରେ ମଧ୍ୟ ବହୁଲମ୍ବା ଦୂରତା କାର୍ଯ୍ୟକ୍ରମରେ ଭାଗନେଇଛନ୍ତି । ମନାଲି-ଲେହ୍‌-ଖରଡୁଙ୍ଗଲା ପାସ୍‌ ୨୦୧୮ରେ ଏବଂ ଗତ ମାସରେ ଶ୍ରୀଲଙ୍କାରେ ମଧ୍ୟ ସାଇକ୍ଲିଙ୍ଗ୍‌ କରିଥିଲେ ।

Mo cycle

ଏହି ଅବସରରେ କ୍ରୁଟ୍‌ର ଏମ୍‌ଡି ଆଇପିଏସ୍‌ ଅରୁଣ ବୋଥ୍ରା ବିଗତ ବର୍ଷର ଅନୁଭୁତି ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ସେ କହିଥିଲେ ପ୍ରଥମ ବର୍ଷରେ ବହୁତ କିଛି ଶିଖିବାକୁ ମିଳିଛି ଏବଂ ଆଗାମୀ ଦିନରେ ମୋ ସାଇକେଲକୁ ମଧ୍ୟ ସଫଳତାର ଶିର୍ଷରେ ପହଞ୍ଚାଇବା ଆମ ଲକ୍ଷ । ଏହି ପରି ପ୍ରେକ୍ଷୀରେ କିଛି ଲୋକ ସାଇକେଲକୁ ଭାଙ୍ଗିବା ଏବଂ ଏଣେ ତେଣେ ଛାଡି ଯାଉଥିବା ଏକ ଦୁଃଖର ବିଷୟ ।ମୋ ସାଇକେଲ ସେବା ଆମ ସମସ୍ତଙ୍କର ରାଜସ୍ୱରୁ ହେଇଛି । ତେଣୁ ଚୋରି କିମ୍ବା ସାଇକେଲ ଭାଙ୍ଗିବା ନିନ୍ଦନୀୟ । ଟ୍ରାଫିକ ସମସ୍ୟା ଓ ପରିବେଷ ପ୍ରଦୁଷଣ ରୋକିବା ପାଇଁ ଆଗାମୀ ଦିନରେ ମୋସାଇକେଲ ଯଥେଷ୍ଟ ସହାୟକ ହେବ । ଜେନେରାଲ ମ୍ୟାନେଜର ଦିପ୍ତି ମହାପାତ୍ର ସ୍ୱାଗତ ଅଭିଭାଷଣ ଦେଇଥିଲେ ଏବଂ ମନୋଜ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ଜାନୁଆରୀ ୨୦୧୯ ସୁଧା ୧ଲକ୍ଷ ଲୋକ ମୋ ସାଇକେଲ ଆପରେ ରେଜିଷ୍ଟର କରିଥିଲେ, ତାହା ଆଜି ସୁଦ୍ଧା ୨ଲକ୍ଷ ରାଇଡରରେ ପହଞ୍ଚିଛି ।ନଭେମ୍ବର ୨୦୧୯ ସୁଦ୍ଧା ୩,୫୦,୦୦୦ ରାଇଡ୍‌ ମହାନଗରବାସୀ ନେଇଛନ୍ତି । ଏହି ସମୟରେ ୭,୦୦,୦୦୦ କି.ମିରୁ ଅଧିକ ଦୂରତା ଯାତ୍ରା କରିଛନ୍ତି । ଏହାର ଫଳ ସ୍ୱରୂପ ୨,୦୦,୦୦୦ କିଲୋ କାର୍ବନ ଫୁଟ ପ୍ରିଣ୍ଟ୍‌ କମିଛି ।

Mo cycle

ଖୁବ୍‌ ଶିଘ୍ର ମୋ ସାଇକେଲ ଫିଜିକାଲ ପାସ୍‌ ସେବା ଆରମ୍ଭ ହେବାକୁ ଯାଉଛି । ଜଣେ ଲୋକ ଯଦି  ମାସିକ ପାସ୍‌ କିଣୁଛନ୍ତି, ସେମାନେ ଆଉମାତ୍ର ୫୦ଟଙ୍କା ଦେଇ ପୂରା ୧ ମାସ ପାଇଁ ଅନ୍‌ଲିମିଟେଡ୍‌ ସାଇକେଲଚଲାଇ ପାରିବେ । ସକାଳେ ୧ବର୍ଷ ପୁର୍ତ୍ତି ଉପଲକ୍ଷେ ମୋ ସାଇକ୍ଲୋଥନ୍‌ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୦୦ରୁ ଉର୍ଦ୍ଧ୍ୱ ଲୋକ ଭାଗ ନେଇ କ୍ରୁଟ୍ ଅଫିସରୁ ରୋଟାରୀ ଭବନ ଯାଏଁ ୨.୫କିମି ସାଇକେଲ ଚଲାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top