ନ୍ୟୁଜ୍

କୋରାପୁଟ ଜୟପୁରରେ ପିଆଜ ତାତି, ଦର ନିୟନ୍ତ୍ରଣ ନହେଲେ ତୀବ୍ର ହେବ ଆନ୍ଦୋଳନ

tara

କୋରାପୁଟ: କୋରାପୁଟ ଜୟପୁରରେ ପିଆଜ ତାତି । ପିଆଜ ଦର ବୃଦ୍ଧିକୁ ନେଇ ତେଜିଲା କଂଗ୍ରେସ । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ଏକ ବାଇକ ରାଲି ବାହାରି ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳ କାର୍ଯ୍ୟଳୟ ଘେରାଉ କରିଛନ୍ତି । ପିଆଜ ଦର ନିୟନ୍ତ୍ରଣ ଦାବିରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି । ପିଆଜ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିଲା ବେଳ ଏହାର ଦର ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଯୋଗାଣ ବିଭାଗ ପକ୍ଷରୁ ସୁଲଭ ଦୋକାନ ଖୋଲାଯାଇଥିଲେ ବି ଏହା ଲୋକଙ୍କ ଚାହିଦା ପୂରଣ କରିପାରୁ ନାହିଁ । ଖୁବଶୀଘ୍ର ପିଆଜ ଓ ପରିବା ଦର ନିୟନ୍ତ୍ରଣ କରାନଗଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ତାରା ପ୍ରସାଦ ବାହିନୀପତି ଚେତାବନୀ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top