ଅପରାଧ

OPSC କେଳେଙ୍କାରୀ, ପରୀକ୍ଷାରେ ପାସ କରିଥିବା ବ୍ୟକ୍ତି ଫେଲ୍‌

Odisha OPSC

ଭୁବନେଶ୍ୱର: ଓଡିଶା ପ୍ରଶାସନିକ ସେବା ବା ଓଏଏସ୍‌ ପରୀକ୍ଷାରେ ମହା ଘୋଟାଲା । ପରୀକ୍ଷାରେ ପାସ୍‌ କରିଥିବା ବ୍ୟକ୍ତି ଫେଲ୍‌ । କିନ୍ତୁ ବିନା ପରୀକ୍ଷାରେ ମଧ୍ୟ ପାସ୍‌ । ଏମିତି ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ପରୀକ୍ଷାର୍ଥୀ । ତାଙ୍କ ଖାତାରେ 117 ମାର୍କ ପାଇଥିବା ବେଳେ ତାହାକୁ କାଟି 50 ମାର୍କ କରାଯାଇଥିବା ସେ ଦେଖିବାକୁ ପାଇବା ପରେ ଏହି ଘୋଟାଲା ଏବେ ପଦାକୁ ଆସିଛି ।

ଏହି ସଂଗୀନ ଅଭିଯୋଗ ଆଣିଛନ୍ତି ଭଦ୍ରକର ରଜତ ମିଶ୍ର । ପରୀକ୍ଷା ଖାତା ଦେଖାରେ ଜାଲିଆତି ହୋଇଥିବା ସେ ଅଭିଯୋଗ ଆଣିଛନ୍ତି । 2015ରେ ଓପିଏସସି ପରୀକ୍ଷା ଦେଇଥିଲେ ରାଜେଶ । ପ୍ରିଲିମ ପାସ୍‌ ପରେ ମେନ୍‌ରେ ରିଟିନ୍ ପରୀକ୍ଷା ମଧ୍ୟ ଦେଲେ । ତେବେ 2017ରେ ରେଜଲ୍ଟ ବାହାରିବା ପରେ ରଜତଙ୍କୁ ରିଟିନରେ ମିଳିଥିଲା ମାତ୍ର 50 ମାର୍କ । ତେବେ ଖାତାର ନକଲ ଆଣିବା ପରେ ରଜତଙ୍କ ଅକଲ କାମ କରି ନଥିଲା । କାରଣ ଖାତାରେ ପ୍ରଥମେ 117 ମାର୍କ ଲେଖା ହୋଇଥିଲା । ଆଉ ଏହାକୁ କଲମରେ କାଟି 50 ମାର୍କ କରାଯାଇଥିଲା । ତେବେ ଓପିଏସସିର ଏମିତି କଲମ କଟା ମାର୍କିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରଜତ ।

ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି । ନିଜ ମାର୍କର ଜାଳିଆତି ଖୋଜୁ ଖୋଜୁ ଆଉ ଏକ ସଂଗୀନ ଜାଲିଆତିର ପର୍ଦାଫାସ କରିଛନ୍ତି ରଜତ । କାରଣ ଦୁଇଟି ଲିଖିତ ପରୀକ୍ଷା ଦେଇନଥିବା ପରୀକ୍ଷାର୍ଥୀ ପର୍ସନାଲ ଇଣ୍ଟରଭ୍ୟୁରେ କିନ୍ତୁ 190 ମାର୍କ ରଖି ପାସ କରିଛନ୍ତି । 405898 ରୋଲ୍‌ ନମ୍ବର ଥିବା ପ୍ରିତମ କୁମାର ରଥଙ୍କର ଏହି ରେଜଲ୍ଟକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ବଡ ଘର ବଡ ଗୁମର କଥା ଭଳି ବଡ ଚାକିରିରେ  ବି ଏମିତି ହେରଫେର୍‌ ହେଉଥିବା ଅଭିଯୋଗକୁ ଖୋଦ୍ ସ୍ବୀକାର କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ।

ତେବେ ଏହି ପୁରା ଘଟଣାକୁ ନେଇ ଓପିଏଏସ କର୍ତ୍ତୁପକ୍ଷଙ୍କ ଠାରୁ ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ରଜତ । ତେବେ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ନ୍ୟାୟ ପାଇବା ନେଇ ଆାଶ ପ୍ରକଟ କରିଛନ୍ତି । ବାହାରି ସାରିଥିବା ପରୀକ୍ଷା ରେଜଲ୍ଟରେ ହସ୍ତକ୍ଷେପ କଲେ ଉଭୟ କମିଶନ ଓ ସରକାରଙ୍କ ବିଶ୍ବସନୀୟତାରେ ପ୍ରଭାବ ପକାଇବ ବୋଲି ମତ ଦେଇଥିବା ବେଳେ ଘଟଣାର ପର୍ଦ୍ଦାଫାସ ହେଲେ କେତେ ଦୁର୍ନିତୀର ଗୁମର ଖୋଲିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top