X
Breaking News
ନ୍ୟୁଜ୍

ବିଜେପି ନେତାଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ ହାସ୍ୟାସ୍ପଦ: ଅରୁଣ

Arun Singh

ଭୁବନେଶ୍ୱର: ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ନବୀନ ସରକାରଙ୍କ ବିରୁଦ୍ଧରେ ଆଣିଛନ୍ତି ସଂଗିନ ଅଭିଯୋଗ ।

ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଛି । ସରକାର ଏହି ହତ୍ୟାକାଣ୍ଡର ଦାୟୀ ଏବଂ ଏହା ପଛରେ ବିଜେଡିର ବଡ ବଡ ନେତାଙ୍କ ହାତ ରହିଛି । ବିଜେପି ପ୍ରାର୍ଥୀଙ୍କ ହତ୍ୟା କରିବାକୁ ବିଜେଡି ଷଡଯନ୍ତ୍ର କରିଥିଲା । ଘଟଣା ପଛର ଚେହେରା ସ୍ୟାଡୋ ମୁଖମନ୍ତ୍ରୀ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି କହି ଅରୁଣ ସିଂହ ସିଧାସଳଖ ନବୀନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ।

ଅରୁଣ ସିଂହ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପି ନେତାଙ୍କ ହତ୍ୟାରେ ଶୋକ ପ୍ରକାଶ କରିବା ହାସ୍ୟାସ୍ପଦ । ବରଂ ହତ୍ୟାକାରୀ ଓ ହତ୍ୟା ଷଡଯନ୍ତ୍ରକାରୀଙ୍କୁ ଗିରଫ  କରି ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ସୂଚନା ଯେ, ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନା ଗତକାଲି ରାତିରେ ନବୀନବାଗ ଅଞ୍ଚଳରେ ଥିବା ଦଳୀୟ କାର୍ଯ୍ୟାଳୟ ନିକଟରେ ଛିଡା ହୋଇଥିଲେ । ସେହି ସମୟରେ ଜଣେ ବ୍ୟକ୍ତି ସେଠାକୁ ବାଇକ୍‌ରେ ଆସି ମଙ୍ଗୁଳିଙ୍କୁ ଗୁଳିମାଡ କରି ଫେରାର୍ ହୋଇଯାଇଥିଲା । ମଙ୍ଗୁଳିଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top