ନ୍ୟୁଜ୍

ହୋ-ହଲ୍ଲାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଲ୍‌ ପାରିତ, ଯୋଗଦେଲେନି ବିରୋଧୀ

Assembly

ଭୁବନେଶ୍ୱର: ଶନିବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ନିର୍ଦ୍ଦେଶ ଦେଲେ ବାଚସ୍ପତି । ଅନ୍ୟପଟେ ପ୍ରବଳ ହଟଗୋଳ ମଧ୍ୟରେ ପାରିତ ହେଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ବ୍ୟୟ ଅଟକଳ । ସର୍ବମୋଟ 54 କୋଟି 87 ଲକ୍ଷ 50 ହଜାର ଟଙ୍କାର ବିଲ୍‌ ପାରିତ ହୋଇଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହି ବିଲକୁ ଗୃହରେ ପାରିତ କରାଯାଇଛି ।

ହୋହଲ୍ଲା ଓ ହଟ୍ଟଗୋଳ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ବିଧାନସଭାରେ ପାରିତ ହୋଇଛି । ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରି ନଥିଲେ । ଏହା ସହ ଚାଷୀ ଓ ଧାନ ସଂଗ୍ରହ ପ୍ରସଙ୍ଗ ନେଇ ହୋହଲ୍ଲା କରିଥିଲେ ବିରୋଧୀ । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂହ ସାଲୁଜା । ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ପୋଡିୟମ ସମ୍ମୁଖରେ ନାରାବାଜି କରିଥିଲେ । ତେଣୁ ଆସନ୍ତକାଲି ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top