X
Breaking News
ନ୍ୟୁଜ୍

ଲୋକସଭା ଢାଞ୍ଚାରେ ବିଧାନସଭା, ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

surya patra

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ । ଜୁନ 25ରେ ବିଧାନସଭା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଗୃହ ସୁପରିଚାଳନା ପାଇଁ ସମସ୍ତ ଦଳର ନେତାଙ୍କ ସହ ଆଲୋଚନା କରିବେ ବାଚସ୍ପତି । ତେବେ ବାଚସ୍ପତିଙ୍କ ଏହି ନିଷ୍ପତିକୁ ସମସ୍ତ ରାଜନୈତିକ ଦଳ ସ୍ୱାଗତ ଜଣାଇଛନ୍ତି ।

ରାଜ୍ୟରେ ପ୍ରଥମ ଥର ପାଇଁ ବିଧାନସଭା ଅଧିବେଶନ ପୂର୍ବରୁ ନୂଆ ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁଛନ୍ତି । ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ 24 ତାରିଖ ଦିନ ବସିବ ସର୍ବଦଳୀୟ ବୈଠକ । ଶାନ୍ତି ଶୃଙ୍ଖଳାର ସହ ଗୃହ କିପରି ନିରବଚ୍ଛିନ୍ନ ଭାବେ ଚାଲିପାରିବ ସେନେଇ ବାଚସ୍ପତି ଆଲୋଚନା କରିବାର ସମ୍ଭାବନା ରହିଛି । ଲୋକସଭା ଢାଞ୍ଚାରେ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଉଛି ବୋଲି ବାଚସ୍ପତି କହିଛନ୍ତି ।

ସର୍ବଦଳୀୟ ବୈଠକ ପାଇଁ ଗୃହ ପକ୍ଷରୁ ଏବେ ସୁଦ୍ଧା ବିଧାୟକମାନଙ୍କୁ କୌଣସି ନିମନ୍ତ୍ରଣ ମିଳିନଥିବା ଜଣାପଡ଼ିଛି । ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିବା ଏକ ଭଲ ପରମ୍ପରା ବୋଲି କହିଛି ବିଜେପି । କଂଗ୍ରେସ ମଧ୍ୟ ଏହାକୁ ସ୍ୱାଗତ କରିଛି  ।

ଅନେକ ସମୟରେ ବିରୋଧି ଦଳ କିମ୍ବା ଶାସକ ଦଳର ବିଧାୟକଙ୍କ ହୋ-ହଲ୍ଲା ଯୋଗୁଁ ବିଧାନସଭା ଚାଲିପାରେ ନାହିଁ । ତେଣୁ ଗୃହକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ନୂଆ ବାଚସ୍ପତିଙ୍କ ଏହି ପଦକ୍ଷେପକୁ ବୁଦ୍ଧିଜୀବୀମାନେ ସ୍ୱାଗତ ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top