X
Breaking News
ନ୍ୟୁଜ୍

ପଶ୍ଚିମ ଓଡ଼ିଶା ଫୋକସ୍‌: ସମ୍ବଲପୁରରେ ଧର୍ମେନ୍ଦ୍ର, ବରଗଡ଼ରେ ନବୀନ

dharmendra

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ବଢ଼ୁଛି ନିର୍ବାଚନୀ ହାୱା । ପଶ୍ଚିମ ଓଡ଼ିଶାବାସୀଙ୍କ ଭୋଟ ପାଇଁ ଛୁଟୁଛି ବଡ଼ ନେତାଙ୍କ ସୁଅ। ଆସନ୍ତାକାଲି ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମ ଓଡ଼ିଶାରେ ବିଜେପିର ଦବଦବା ବଢ଼ୁଥିବାରୁ ଏବେ ନବୀନ ମଧ୍ୟ ପଶ୍ଚିମ ଓଡ଼ିଶାରେ ଆଖି ପକାଇଛନ୍ତି । ନିଜେ ବି ବିଜେପୁରରୁ ଲଢ଼ୁଛନ୍ତି ନବୀନ ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ସଭା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ରାତି ରହଣୀ କରୁଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ରାତିରେ ପଶ୍ଚିମ ଓଡ଼ିଶାରେ ଡେରା ପକାଇ ବରଗଡ଼ରେ ରାତ୍ରିଯାପନ କରିବେ  । ମୋଦିଙ୍କ ସଭା ଉପରୁ ନଜର ହଟାଇବା ପାଇଁ ଆସନ୍ତାକାଲି ବିଜେପୁରରେ ନବୀନ ପଟ୍ଟନାୟକ ମଧ୍ୟ ସାଧାରଣ ସଭା କରିବେ ।

ପ୍ରଧାନମନ୍ତ୍ରୀ ମୋଦି ସମ୍ବଲପୁରରେ ସଭା ରହିଥିବାରୁ ପଶ୍ଚିମ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାତି ଯାପନ କରିବା ସହ ପଶ୍ଚିମ ଓଡ଼ିଶା ପାଇଁ ରଣନୀତି ତୟାର କରିବେ । ଦୁଇ ଦଳଙ୍କ ଫୋକସରେ ଅଛନ୍ତି ପଶ୍ଚିମ ଓଡ଼ିଶାର ଚାଷୀ । ପଶ୍ଚିମ ଓଡ଼ିଶାବାସୀଙ୍କ ଭୋଟ ଜିତିବା ପାଇଁ ଏବେ ରାତି ରହଣି ରାଜନୀତି ଦେଖିବାକୁ ମିଳୁଥିବା ଚର୍ଚା ହେଉଛି ।

ରାଜ୍ୟ ରାଜନୀତିରେ ଭୋଟ ପାଇଁ  ପ୍ରମୁଖ କେନ୍ଦ୍ର ପାଲଟିଛି ପଶ୍ଚିମ ଓଡ଼ିଶା । ସେଥିପାଇଁ ତ ଦୁଇ ପ୍ରମୁଖ ଦଳର ବଡ଼ ନେତାମାନେ  ତୋଫାନୀ ଗସ୍ତ କରୁଛନ୍ତି ଏହି ଅଞ୍ଚଳକୁ । ପଶ୍ଚିମ ଓଡ଼ିଶାର ପାଖାପାଖି ୪୦ ବିଧାନସଭା ସିଟରୁ ଅଧିକ ଆସନ କିଏ ହାତେଇବେ, ସେ ନେଇ ରଣନୀତି ପ୍ରସ୍ତୁତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ।

ପୂର୍ବରୁ ପଶ୍ଚିମ ଓଡ଼ିଶା କଂଗ୍ରେସର ଗଡ଼ ହୋଇ ଥିଲା ପରେ ଏବେ ବିଜେପି ଓ ବିଜେଡି ସେଠାରେ ଆସ୍ଥା ଜମାଇଲେଣି। କଂଗ୍ରେସ ତାର ପୁରୁଣା ସ୍ଥିତି ଫେରାଇ ଆଣିବାକୁ ବି ଜାନ ଲଗାଇଛି । ହେଲେ ପ୍ରଚାରରେ ପଛରେ ପଡ଼ିଯାଇଛି । କିନ୍ତୁ ବିଜେପି ବିଜେଡି ସେଠାରେ ଦିନକୁ ଦିନ ସ୍ଥିତି ମଜୁଭୁତ କରିଚାଲିଛନ୍ତି। ବିଶେଷ କରି ପଂଚାୟତ ନିର୍ବାଚନ ପରେ ବିଜେପିର ଭୋଟ ହାର ବଢ଼ିଥିବାରୁ ଏଥର ପଶ୍ଚିମ ଓଡ଼ିଶାରେ ଟକ୍କର ଜୋରଦାର ହେବା ନେଇ ଚର୍ଚା ହେଉଛି

Click to comment

Leave a Reply

Your email address will not be published. Required fields are marked *

Most Popular

To Top