X
Breaking News
ଟେକ୍ନୋଲୋଜି

ଡିଜିଟାଲ ସେବା ଠପ୍, ବଜାରରେ ଟଙ୍କାର ଘୋର ଅଭାବ

money seized

ଭୁବନେଶ୍ୱର: ଫନି ଯୋଗୁ ବଜାରରେ ଟଙ୍କାର ଘୋର ଅଭାବ । ଫନି ପ୍ରଭାବରେ ଶୁକ୍ରବାର ଠାରୁ ବିଦ୍ୟୁତ, ଇଣ୍ଟରନେଟ୍ ସେବା କଟିଯାଇଛି । ଫଳରେ ବ୍ୟାଙ୍କ ଲିଙ୍କ୍ ଫେଲି୍ ମାରିଛି । ଫଳରେ ଶୁକ୍ରବାରଠାରୁ ଭୁବନେଶ୍ୱର, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁରରେ ବ୍ୟାଙ୍କିଂ ସେବା ବାଧାପ୍ରାପ୍ତ ହୋଇଛି ।

ବ୍ୟାଙ୍କଗୁଡିକ ଶନିବାର ଖୋଲିଥିଲେ ମଧ୍ୟ କୌଣସି କାମ ହୋଇପାରିନଥିଲା । ଗତକାଲି ରବିବାର ଥିଲା । ତେଣୁ ଶୁକ୍ରବାରଠାରୁ 3ଦିନ ହେଲା ଲୋକେ ଟଙ୍କା ଉଠାିପାରୁନାହାନ୍ତି । ଚେକ୍ ମଧ୍ୟ କ୍ଲିୟର ହୋଇପାରୁନାହିଁ ।

ଡିଜିଟାଲ ଆର୍ଥିକ ସେବା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି । ଜରୁରୀ କାମ ଥିଲେ ମଧ୍ୟ ଏଟିଏମରୁ ଟଙ୍କା ଉଠାଇବା ସମ୍ଭବ ହୋଇପାରୁନି । ଫଳରେ ବଜାରରେ ଟଙ୍କା ପାଇଁ ମଧ୍ୟ ହାହାକାର ଦେଖାଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top