X
Breaking News
ବହୁ ଚର୍ଚ୍ଚିତ ଖବର

ନିର୍ବାଚନ ସମୟରେ ବିଜେଡ଼ିରୁ ଭରସା ହରାଉଛନ୍ତି ବରିଷ୍ଠ ନେତା-ମନ୍ତ୍ରୀ

balabadhara majhi

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ବିଜେଡ଼ି ହାତ ଛାଡିଲେ ବରିଷ୍ଠ ନେତା ତଥା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି । ଦଳୀୟ କନ୍ଦଳ ଏବଂ ଟିକେଟ୍ ମିଳିବା ଆଶଙ୍କା ନେଇ ଦଳ ଛାଡିଲେ ସାଂସଦ । କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅତୁଟ ଭରସା ଥିବା କହି ଟିକେଟ୍ ମିଳିବା ନେଇ ଅତୁଟ ବିଶ୍ୱାସ ଥିବା କହିଥିଲେ ବଳଭଦ୍ର ମାଝି । କିନ୍ତୁ ଆଜି ଦଳ ଅଣଦେଖା କରିଥିବାରୁ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି ।

ତେବେ ପାର୍ଟିରେ ଅଦରକାରୀ ହୋଇପଡିଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ଏନେଇ ସେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ମଧ୍ୟ ଚେଷ୍ଟା କରିଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଖା କରିପାରିଲେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ତେବେ କିଛି ଲୋକ ନବୀନଙ୍କୁ ବିଭ୍ରାନ୍ତ କରୁଥିବା ସେ କହିଛନ୍ତି । ଜଣେ କାର୍ଯ୍ୟରତ ସାଂସଦଙ୍କୁ ପାର୍ଟିରେ ଅମର୍ଯ୍ୟାଦା ଓ ଅପମାନ କରିଥିବା ସେ କହିଛନ୍ତି । ଏହାସହ ତାଙ୍କ ଆତ୍ମ ସମ୍ମାନକୁ ଗଭୀର ଆଘାତ ଲାଗିବାରୁ ସେ ବାଧ୍ୟ ହୋଇ ଦଳରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top