X
Breaking News
ନ୍ୟୁଜ୍

ବିଜେଡିର ପରାଜୟ ନେଇ ସମୀକ୍ଷା ବୈଠକ: ବିଜେପିର ବିଜୟକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ନବୀନ 

Naveen-Patnaik

ଭୁବନେଶ୍ୱର: ବହୁମତ ସହ ଓଡ଼ିଶାରେ ପୁଣି ବିଜେଡି ବାଜି ମାରିଛି । ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଭାର ସମ୍ଭାଳିବେ । କିନ୍ତୁ ତଥାପି ସୁପ୍ରିମୋଙ୍କ ଦଳ ସ୍ଥିତି ସମୀକ୍ଷା ସରିନି । ଗତ ନିର୍ବାଚନ ଅପେକ୍ଷା ଚଳିତ ଥର ବିଜେଡିର ଭୋଟ ହାର ଖସିଛି ଓ ବିରୋଧିଙ୍କ ଭୋଟ ହାର ବଢିଛି । ଏନେଇ ନବୀନଙ୍କ ବଢିଛି ଚିନ୍ତା । ନବୀନ ନିବାସରେ ହେଉଛି ଘନ ଘନ ବୈଠକ । ଗୋଟିଏ ପରେ ଗୋଟିଏ ନେତାଙ୍କୁ ଡକରା ପଡ଼ିଛି । କାହିଁକି ହାରିଲା ବିଜେଡି, କେଉଁଠି ରହିଲା ସମସ୍ୟା । ଏସବୁର ଖିଅ ଖୋଜୁଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ  ।

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ନବୀନ କରିଛନ୍ତି ସମୀକ୍ଷା ବୈଠକ । ଯେଉଁ ସବୁ ନିର୍ବାଚନ କ୍ଷେତ୍ରରେ ଦଳ ଖରାପ ପଦର୍ଶନ କରିଛି, ତାକୁ ନେଇ ସ୍ଥାନୀୟ ନେତାଙ୍କୁ ଜବାବ୍ ମାଗିଛନ୍ତି ପାର୍ଟି ସୁପ୍ରିମୋ । ସିଟ୍ ହରାଇବା ଓ ବଡ ନେତାଙ୍କ ହାରିବା ପଛର କଣ ରହିଛି କାରଣ, ତାକୁ ନେଇ ଚାଲିଛି ତର୍ଜମା । ବିଜେଡିର ଫୋକସରେ ପଶ୍ଚିମ ଓଡିଶା ଥିବା ବେଳେ କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ, ବଲାଙ୍ଗିର ଓ ସମ୍ବଲପୁରରେ ବିଜେପିର ବିଜୟକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ନବୀନ  ।

ସମୀକ୍ଷା ବୈଠକରେ ସବୁଠାରୁ ଫୋକସରେ ରହିଛି ବରଗଡ଼ ସଂସଦୀୟ କ୍ଷେତ୍ର । ଏଠାରେ ପଶ୍ଟିମ ଓଡିଶାର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରାର୍ଥୀ ହୋଇଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ବିଜେପୁରରୁ ନିର୍ବାଚନ ଲଢୁଥିଲେ । ଏପରିକି ବିଧାନସଭାରେ ବିଜେଡି କ୍ଲିନ୍ ସୁଇପ୍ କରିଥିବା ବେଳେ 55 ହଜାରରୁ ଉର୍ଦ୍ଧ୍ୱ ଭୋଟରେ  ସାଂସଦ ସିଟ୍ ହରାଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ବରଗଡ଼ରେ ଏକ ଦେଶ ଏକ  ଦେବେଶ ନାରାରରେ ବଳି ପଡିଗଲେ ଦାଦା ଓ ବିଜୟ ବାନା ଉଡାଇଲେ ପୁତୁରା ଦେବେଶ ଆଚାର୍ଯ୍ୟ ।

ଅନ୍ୟପଟେ କଣ୍ଟାବାଞ୍ଜିରୁ କଂଗ୍ରେସ ବିଜୟ ହେବା ପରେ ଦଳୀୟ ଟିକେଟ୍ ବଣ୍ଟନକୁ ନେଇ ମୁହଁ ଖୋଲିଛନ୍ତି ସେଠାକାର ପୂର୍ବତନ ବିଧାୟକ ଆୟୁବ ଖାନ୍ । ଏଥିପାଇଁ ଖୋଲାଖୋଲି ଭାବେ କଳିକେଶ ସିଂହ ଦେଓଙ୍କୁ ଦାୟୀ କରିଥିବା ବେଳେ ଏହା ଉପରେ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ବାପା ଅନଙ୍ଗ ଉଦୟ ସିଂହ ଦେଓ ।

ଏହି ଅଂଚଳରେ କିଛି ହାରିଥିବା ନେତାଙ୍କୁ ମଧ୍ୟ ଉତ୍ତର ମାଗିଥିଲେ ନବୀନ  । ଏପରିକି ଦଳ ଉପସଭାପତି, ମୁଖ୍ୟ ସଚେତକ ଓ ଦଳୀୟ ମୁଖପାତ୍ରଙ୍କୁ ମଧ୍ୟ  ଡକାଯାଇ ତାଗିଦ୍ କରାଯାଇଥିବା ଚର୍ଚ୍ଚା ହେଉଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top