X
Breaking News
ନ୍ୟୁଜ୍

ଭୋଟରଙ୍କୁ ଲାଞ୍ଚ ମାମଲା: ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ ଓ ବିଜେପି

pratap jena

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ବଢିଲା ପ୍ରତାପଙ୍କ ଅଡୁଆ । ଆଦର୍ଶ ଆଚରଣ ବିଧି ଉଲଂଘନ ମାମଲାରେ ବିଜେଡି ନେତା ପ୍ରତାପ ଜେନାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି । ପ୍ରତାପଙ୍କ ବିରୁଦ୍ଧରେ ଏବଂ ବିରୋଧୀଙ୍କ ସ୍ୱର ଶାଣିତ ହୋଇଛି । ଭୋଟ ପାଇଁ ଲାଞ୍ଚ ଯାଚିବା ଅଭିଯୋଗରେ ପ୍ରତାପଙ୍କ ନିର୍ବାଚନ ଲଞିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଉଭୟ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି ।

ବିଜୁ ଜନତା ଦଳର ନେତା ତଥା ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସୂଚନା ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ପ୍ରତାପ ଜେନା ଆଗାମୀ 2019 ନିର୍ବାଚନ ଲଢିବାକୁ ଅସିଦ୍ଧ ଘୋଷଣା କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବ ରାଜ୍ୟ ବିଜେପି ଏବଂ କଂଗ୍ରେସ । ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଭୋଟରଙ୍କୁ ଟଙ୍କା ଯାଚି ଭୋଟ ମାଗିବା ଏକ ଧର୍ତବ୍ୟ ଅପରାଧ । ଏହି ଅପରାଧ ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତି ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲାଗିବାର ନିୟମ ମଧ୍ୟ ରହିଛି ।

ତେବେ ଏହି ନିୟମ ଆଧାରଣ ବିଜେଡି ନେତା ପ୍ରତାପ ଜେନାଙ୍କୁ ମଧ୍ୟ ନିର୍ବାଚନ ଲଢିବାକୁ ଦିଆନଯାଉ, ପ୍ରାର୍ଥୀ ନକରାଯାଉ ଏବଂ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡ଼ିଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ସୂଚନା ଥାଉ କି, ଗତକାଲି ପ୍ରତାପ ଜେନା ସାଲେପୁର ନିର୍ବଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟରେ ଜିତାଉଥିବା ପଞ୍ଚାୟତକୁ 35 ଲକ୍ଷ ଏବଂ ସର୍ବାଧିକ ଭୋଟ୍ ଦେଇ ଜିତାଉଥିବା ବୁଥ୍‌କୁ 15 ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ତେବେ ମନ୍ତ୍ରୀଙ୍କ ଏଭଳି ଖୁଲମ୍‌ଖୁଲ୍ଲା ଲାଞ୍ଚ ଯଚା ମାମଲାର ଆଂଶିକ ଭିଡିଓ ଏବଂ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାସହ ଗଣମାଧ୍ୟମରେ ପ୍ରସାରିତ ହେଉଛି । ଯାହାର ଏକ କପି  ନିର୍ବାଚନ କମିଶନକୁ ଦେଇ ଏହାର ଯାଞ୍ଚ ଓ ତଦନ୍ତ କରିବା ସହ ଆଗାମୀ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ପ୍ରତାପଙ୍କୁ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିବେ ଉଭୟ ବିଜେପି ଓ କଂଗ୍ରେସ ।

ତେବେ କେବଳ ଏତିକି ନୁହେଁ ଲାଞ୍ଚ ଯାଚିବା ବେଳେ ମନ୍ତ୍ରୀ ପ୍ରତାପ ଜେନା ସବୁ ଗଣମାଧ୍ୟମକୁ କ୍ୟାମେରା ଓ ମୋବାଇଲ ବନ୍ଦ କରିବା ପାଇଁ ବାରମ୍ୱାର ତାଗିଦ୍ ମଧ୍ୟ କରିଥିବା ଅଭିଯୋଗ ଆସିଛି । ତେବେ ଗଣମାଧ୍ୟମର ମୌଳିକ ଅଧିକାର ଉପରେ ଲଗାମ୍ ଲଗାଇବାକୁ ଶ୍ରୀ ଜେନା ଚେଷ୍ଟା କରିଥିବା କହି ବିଜେପି ଅଭିଯୋଗ ଆଣିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top