ନ୍ୟୁଜ୍

ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସିରିଜ୍‌ ଦୁର୍ନୀତି, ଜାଣିଲେ ମୁଣ୍ଡରେ ହାତ ଦେବେ ! ଦେଖନ୍ତୁ ଭିଡିଓ…

ABASH SCHEME

ବ୍ରହ୍ମପୁର: ତଳସରା ପଞ୍ଚାୟତରେ ସିରିଜ୍ ସ୍କାମ୍ । ଗୋଟିଏ କି ଦୁଇଟି ନୁହେଁ, ସିରିଜ୍ ଦୁର୍ନତି ଅଭିଯୋଗ ଓଡିଶା ଲୋକାୟୁକ୍ତଙ୍କ ନିକଟରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ତଳସରା ଗ୍ରାମ ପଞ୍ଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର । ଦୁର୍ନତିକୁ ନେଇ ଓଡିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ । ଦୁର୍ନୀତିକୁ ନେଇ ଲୋକାୟୁକ୍ତ  ରାଜ୍ୟ ଭିଜିଲାନ୍ସକୁ ତଦନ୍ତ ସୁପାରିସ କରିବା ସହ 60 ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମହତ୍ମାଗାନ୍ଧୀ ନିଶ୍ଚିତ କର୍ମରୋଜଗାର ଯୋଜନା ବା ମନରେଗା ଯୋଜନାରେ ମହାଘୋଟାଲା । ନାବାଳିକାଙ୍କ ନାଁରେ ରହିଛି ଜବକାର୍ଡ । ଜବକାର୍ଡ ନାଁରେ ହୋଇଛି ଲକ୍ଷଲକ୍ଷ ଟଙ୍କା ହରିଲୁଟ୍‌ । ଏପରି ଅଭିଯୋଗ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଘରୋଇ ଜିଲ୍ଲା ଗଞ୍ଜାମରୁ ଆଉ ଏହାର ଖୁଲାସା କରିଛି ସୂଚନା ଅଧିକାର ଆଇନ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି କିଭଳି ଚଞ୍ଚକତା ହୋଇଛି ଜବକାର୍ଡ ପ୍ରଦାନରେ । 14 ବର୍ଷୀୟ ନାବାଳିକାଙ୍କ ନାଁରେ ରହିଛି ଜବ୍ କାର୍ଡ ।

ତଳସରା ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗାଁର ନବମ ଶ୍ରେଣୀର ଛାତ୍ରୀ ହେଲେ ସରକାରୀ ରେକର୍ଡରେ ତାଙ୍କୁ ଶ୍ରମିକ ଦର୍ଶାଯାଇଛି । ଆଧାର କାର୍ଡରେ ରହିଛି ସଠିକ ତଥ୍ୟ, ହେଲେ ମନେରଗା ଜବ୍ କାର୍ଡରେ ତାଙ୍କ ବୟସକୁ 18 ବର୍ଷ ବୋଲି କରାଯାଇଛି । ଏପରିକି ମନେରଗା ତାଲିକା ଅନୁସାରେ ସେ 95 ଦିନ କାମ କରିବା ସହ 17 ହଜାର 290 ଟଙ୍କାର ପାରିଶ୍ରମିକ ବି ନେଇଛନ୍ତି । ସାଘାଂତିକ କଥା ହେଲା ସେ ନାବାଳିକା ପାଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର । ଯାହାକି  ଜାଲିଆତି କରି 57 ବର୍ଷ ବୋଲି ଦର୍ଶାଯାଇଛି । ଆଉ ଘର ନିର୍ମାଣ ବାବଦକୁ ମିଳିଛି ଏକ ଲକ୍ଷ 30 ହଜାର ଟଙ୍କା ।

ଆଉ ଏକ  ତଥ୍ୟକୁ ଦେଖିଲେ ଜଣାପଡ଼ୁଛି ସରକାରୀ କମର୍ଚାରୀ କିଭଳି ଚଞ୍ଚକତା କରି ଦୁନିର୍ତି କରିଛନ୍ତି । ଏଭଳି ଘଟଣା ସମ୍ମାକୁ ଆସିଛି ଗଞ୍ଜାମ ଜିଲ୍ଲାରେ । କବି-ସୂର୍ଯ୍ୟନଗରର ସୁମଣ୍ଡଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ପ୍ରଦୀପ କୁମାର ଜେନାଙ୍କ ନାଁରେ ମଧ୍ୟ ମନେରଗା ଜବ୍ କାର୍ଡ ମଳିଛି । ଏସମସ୍ତ ଦୁର୍ନୀତିରେ ତଳସରା ଗ୍ରାମ ପଞ୍ଚାୟତରେ ଗ୍ରାମ ରୋଜଗାର ସେବିକା ସୁଚିତ୍ରା ଜେନାଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ । କେବଳ ଯେ ଅନ୍ୟ ମାନଙ୍କ ନାଁ ଓ ବୟସରେ ଜାଲିଆତି ହୋଇଛି ତାହା ନୁହେଁ । ଖୋଦ୍ ସୁଚିତ୍ରାଙ୍କ ସ୍ୱାମୀ ମହେନ୍ଦ୍ର ନାହାକଙ୍କୁ ମଧ୍ୟ ବିଜୁ ପକ୍କାଘର ବାବଦକୁ ମିଳିଛି 75 ହଜାର ଟଙ୍କା । ତେବେ ମିଳିଥିବା ତଥ୍ୟ ଅନୁସାରେ ମହେନ୍ଦ୍ର ନାହାକ ଜଣେ ମନେରଗା ଠିକାଦାର ହୋଇଥିବା ବେଳେ ତାଙ୍କର ଏକ ମେଡିସିନ ଦୋକାନ ମଧ୍ୟ ରହିଛି ।

ସେହିପରି ତଳସରା ଗ୍ରାମର ଉଦୟ ଜେନା ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ । କିନ୍ତୁ ତାଙ୍କ ନାଁରେ ରହିଛି ଜବ୍ କାର୍ଡ, ମନେରଗା ତାଲିକାରେ ଶ୍ରମିକ ଭାବେ ନାଁ ରହିଛି । ତଳସରା ଗ୍ରାମର ସତ୍ୟବାନ ଜେନା, ଚୁକ୍ତିଭିତ୍ତିକ  ସରକାରୀ କର୍ମଚାରୀ । ସେ ମଧ୍ୟ ଜବ୍ କାର୍ଡ ପାଇବା ସହ ମନେରଗା ଶ୍ରମିକ ତାଲିକାରେ ରହିଛନ୍ତି । ଘରୋଇ ଏନଜିଓରେ କାର୍ଯ୍ୟ କରୁଥିବା ପ୍ରମୋଦ କୁମାର ଜେନାଙ୍କ ନାଁରେ ରହିଛି ମନେରଗା ଜବ୍ କାର୍ଡ ।

ଖାଲି ସରକାରୀ ଚାକିରିଆ କିମ୍ବା ସ୍କୁଲ ଛାତ୍ରୀଙ୍କ ଯେ ଜବ୍ କାର୍ଡ ମିଳିଛି ତାହା ନୁହେଁ । ମନେରଗା ଶ୍ରମିକ ତାଲିକାରେ ତଳସରା ଗ୍ରାମର 92 ବର୍ଷର ବୃଦ୍ଧ ଦଣ୍ଡପାଣି ନାହାକ ଓ ତାଙ୍କ ପତ୍ନୀଙ୍କ ନାଁ ମଧ୍ୟ ରହିଛି । ଏତିକିରେ ଶେଷ ହୋଇନି ତଳସରା ପଞ୍ଚାୟତରେ ଦୁର୍ନୀତିର ତାଲିକା । ସ୍ୱଚ୍ଛ ଭାରତ ଅଭିଯାନରେ ମିଳୁଥିବା ପାଇଖାନା ବଣ୍ଟନରେ ମଧ୍ୟ ହୋଇଛି ମହା ଘୋଟାଲା । ଜଣେ ଜଣେ ହିତାଧିକାରୀଙ୍କୁ ମିଳିଛି ଏକାଧିକ ପାଇଖାନା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top