X
Breaking News
ନ୍ୟୁଜ୍

ନାଲିଫିତା ତଳେ ପଲିଥିନ୍‌ କଟକଣା, ବେଧଡ଼କ ଚାଲିଛି ବ୍ୟବହାର

POLYTHIN_CARD

ପୁରୀ/ଭଦ୍ରକ: ବାଟବଣା ହୋଇଛି ପଲିଥିନ କଟକଣା । ପଲିଥିନର ବିଷ ବଳୟ ମଧ୍ୟରେ ଓଡ଼ିଶା କବଳିତ ହେଉଛି । ଦିନକୁ ଦିନ ବଢିଚାଲିଛି ପଲିଥିନର ବହୁଳ ବ୍ୟବହାର । ଯାହା ଦ୍ୱାରା ପ୍ରଦୂଶିତ ହେଉଛି ପରିବେଶ । ଆମେ କହୁଛୁ ବାସୁଦେବପୁର ଓ ବ୍ରହ୍ମଗିରି କଥା ଯେଉଁଠି ଖୁଲମ ଖୁଲା ଚାଲିଛି ପଲିଥିନର ବ୍ୟବହାର ।

ରାଜ୍ୟର ପାଞ୍ଚଟି ମାହାନଗର ନିଗମ ସହ ପୁରୀ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ଲକ୍ଷରେ ସରକାର କରିଥିଲେ ନିୟମ । କିନ୍ତୁ ଏହା କେବଳ ନାଲିଫିତା ତଳେ ପଡିରହିଛି । ପୁରୀର ପ୍ରମୁଖ ସହର ବ୍ରହ୍ମଗିରିର ବାଲିହରଚଣ୍ଡି ଓ ଅଲାରନାଥ ପିଠରେ ବେଧଡକ ଭାବେ ଚାଲିଛି ପଲିଥିନର ବହୁଳ ବ୍ୟବହାର । ଆଉ ଏସବୁ ଜାଣି ପ୍ରଶାସନ ଚୁପ ହୋଇ ବସିଛି ।

ସେହିଭଳି ଭଦ୍ରକ ବାସୁଦେବପୁର ମାର୍କେଟରେ ମଧ୍ୟ ବେଧଡ଼କ ଚାଲିଛି ପଲିଥିନ ବ୍ୟବହାର । ସରକାରୀ ନିୟମ କୁ କେହି ବି ମାନିବାକୁ ନାରାଜ । ପ୍ଲାଷ୍ଟିକ୍‌ ମୁକ୍ତ ରାଜ୍ୟ ଲାଗି ପ୍ଲାଷ୍ଟିକକୁ ବର୍ଜନ ପାଇଁ ସରକାର ଘୋଷଣା କରିଛନ୍ତି । କିନ୍ତୁ ସମସ୍ତଙ୍କ ହାତରେ ପଲିଥିନ ଦେଖିବାକୁ ମିଳୁଛି । ନିୟମକୁ ଖୁଲମଖୁଲା ଉଲଂଘନ କରୁଛନ୍ତି ଲୋକେ । ସରକାରଙ୍କ ଏ ନିୟମ ପ୍ରତି ପ୍ରଶାସନର ଆନ୍ତରିକତା ଓ ଉଦାସୀନତା ପାଇଁ ଯୋଜନାର ସଫଳ ରୂପାୟନ ହେଇପାରୁ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଦିନ ଦ୍ୱିପ୍ରହରରେ ଚାଲିଛି ପଲିଥିନିର ବ୍ୟବହାର । ସେ ପରିବା ମାର୍କେଟ ହେଉ ବା ମାଛ ମାର୍କେଟ, ଆଉ ଫଳ ମାର୍କେଟ ହେଉ ବା ଗ୍ରୋସରୀ ଦୋକାନ । ସବୁଠି ବେଧଡ଼କ ଭାବେ ଚାଲିଛି ପଲିଥିନର ବ୍ୟବହାର ।

ପଲିଥିନର ବହୁଳ ମାତ୍ରା ବ୍ୟବହାର ରୋକିବା ପାଇଁ ପଲିଥିନ ତିଆରି ହେଉଥିବା କାରଖାନାକୁ ସଂପୂର୍ଣ୍ଣ ବନ୍ଦ କରିବାର ଆବସ୍ୟକ ରହି୍ଥିବା ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ନାଲି ଫିତା ତଳେ ବନ୍ଧା ରହିଥିବା ନିୟମକୁ ସରକାର କେବେ କଡାକଡି କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top