ଅପରାଧ

ଚାନ୍ଦବାଲିରେ ଫେରୀଘାଟ ନିଲାମକୁ ନେଇ ବିବାଦ

CHandbali

ଭଦ୍ରକ: ଭଦ୍ରକ ଚାନ୍ଦବାଲିରେ ଫେରୀଘାଟ ନିଲାମ ପ୍ରସଙ୍ଗ । ଚାନ୍ଦବାଲି ବ୍ଳକ ପ୍ରଶାସନ ପକ୍ଷରୁ 80 ହଜାର ଟଙ୍କାରେ ଗୋଟିଏ ମାସ ପାଇଁ ମନ୍ତେଇ ନଦୀର ବାଲିଆପାଳ ଫେରୀଘାଟ ନିଲାମ ହୋଇଛି । ଆଜିଠୁ ବିଡ଼ର ମନ୍ମଥ ପ୍ରଧାନ ସରକାରୀ ନିୟମ ଅନୁସାରେ ଘାଟ ଚଳାଇପାରିବେ । ହେଲେ ବିଡ଼ରଙ୍କ ଘାଟଡ଼ଙ୍ଗା ନଥିବାରୁ ଘାଟ ଚଳାଚଳ ହୋଇପାରୁନାହିଁ । ଏପଟେ ପୂର୍ବରୁ 11 ମାସ ପଂଚାୟତ ଅଧିକାରୀଙ୍କ ଦାୟିତ୍ୱରେ ଥିଲା ଫେରୀଘାଟ । ହେଲେ ସେହି ଫେରୀଘାଟକୁ ଚାଳାଉଥିଲେ ବଜରାପୁର ସରପଂଚ । ଏବେ ନୂଆ ନିଲାମ ହେବା ପରେ ଘାଟଡ଼ଙ୍ଗା ଦେବା ପାଇଁ ସରପଂଚ ମନା କରିଛନ୍ତି । ତେଣୁ  ଫେରୀଘାଟ ଏବେ ବନ୍ଦ ପଡ଼ିଛି । ଫେରୀ ଘାଟ ବନ୍ଦ ପରେ ଆଜି ଯାତ୍ରୀ ମାନେ ଦୀର୍ଘ ସମୟ ଧରି ଯାତାୟତ କରିନପାରି ହନ୍ତସନ୍ତ ହୋଇଛନ୍ତି । ବାଳିଆପାଳ ଘାଟ ବନ୍ଦ ହେବା ପରେ ଚାନ୍ଦବାଲି ବିଡ଼ିଓଙ୍କ ନିର୍ଦେଶରେ ଘଟଣାସ୍ଥଳରେ ବାଲିଆପାଳ ପଂଚାୟତ ଅଧିକାରୀ ଓ  ଘଂଟେଶ୍ୱର ଫାଣ୍ଡି ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲା । ଏପଟେ ବ୍ଲକ ପ୍ରଶାସନ ନୂଆ ନିଲାମଧାରୀଙ୍କୁ ନିଲାମ ଦେବାବେଳେ କାହିଁକି ସରକାରୀ କାଗଜପତ୍ର  ଓ ଘାଟଡ଼ଙ୍ଗା ଯାଂଚ ନକରି ନିଲାମ ଦେଉଥିଲେ ତାହାକୁ ନେଇ ଜନଅସନ୍ତୋଷ ସୃଷ୍ଟି ହୋଇଛି ।

CHandbali pherighat

Click to comment

Leave a Reply

Your email address will not be published. Required fields are marked *

Most Popular

To Top