ଧର୍ମ

ପୁରୀ ଶଙ୍କରାଚାର୍ଯ୍ୟ ସର୍ବଶ୍ରେଷ୍ଠ ହିନ୍ଦୁ ବ୍ୟକ୍ତିତ୍ୱ…

Sankaracharya

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସର୍ବଶ୍ରେଷ୍ଠ ହିନ୍ଦୁ ବ୍ୟକ୍ତିତ୍ୱ ଭାବେ ସମ୍ମାନିତ କରାଯାଇଛି । ଆମେରିକାର ହାଓ୍ୱାଇରୁ ପ୍ରକାଶିତ ଅନ୍ତରାଷ୍ଟ୍ରୀୟ ପତ୍ରିକା ହିନ୍ଦୁଜିମ୍ ଟୁଡେ ପତ୍ରିକା ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆଜି ଗୋବର୍ଦ୍ଧନ ମଠରେ ଆୟୋଜିତ ଏକ ସମାରୋହରେ ପତ୍ରିକାର ଓଡିଶା ପ୍ରତିନିଧି ମଙ୍ଗଳା ପ୍ରସାଦ ମହାନ୍ତି ଏହି ସମ୍ମାନ ଶଙ୍କରାଚାର୍ଯ୍ୟଙ୍କୁ ପ୍ରଦାନ କରିଛନ୍ତି ।

ଏହି ଅବସରରେ ଶଙ୍କରାଚାର୍ଯ୍ୟଙ୍କୁ ଏକ ପ୍ରଶଂସାପତ୍ର ମଧ୍ୟ ପ୍ରଦାନ କରାଯାଇଛି । ହିନ୍ଦୁଜିମ୍ ଟୁଡେ ପକ୍ଷରୁ ବିଭିନ୍ନ ପତ୍ରିକା ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଉପହାର ସ୍ୱରୂପ ଦିଆଯାଇଛି । ଅନ୍ୟପଟେ ଶେଷରେ ଶଙ୍କରାଚାର୍ଯ୍ୟ ମଧ୍ୟ ହିନ୍ଦୁଜିମ୍‌ ଟୁଡେ ପତ୍ରିକାର ଓଡ଼ିଶା ପ୍ରତିନିଧିଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି ।

Sankaracharya

Click to comment

Leave a Reply

Your email address will not be published. Required fields are marked *

Most Popular

To Top