ଧର୍ମ

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, କ୍ଷମା ମାଗିଲେ ସମ୍ପୃକ୍ତ ଯୁବକ

puri

ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରରେ ମହାପ୍ରସାଦ ସହ ସେଲଫି ନେଇ ନିଜ ଫେସବୁକ ଆକାଉଣ୍ଟରେ ଭାଇରାଲ କରିଥିବା ଯୁବକ ପିଣ୍ଟୁ ମହାପାତ୍ର କ୍ଷମା ପ୍ରାର୍ଥନା କରିଛନ୍ତି । ଏକ ଭିଡିଓ ଜାରି କରି ସେ ସିଂହଦ୍ଵାର ଥାନା ପୋଲିସର ଫୋନ ପରେ, ନିଜ ଫେସବୁକ ଆକାଉଣ୍ଟରୁ ଉକ୍ତ ଫଟୋକୁ ଅପସାରଣ କରିବା ସହ ଭୁଲ ମାଗିଛନ୍ତି । ଏଥିସହ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେଵା ଉପରେ କଡାକଡି ଯାଞ୍ଚ କରାଯିବାକୁ ଅପିଲ ମଧ୍ୟ କରିଛନ୍ତି ।  ଗତକାଲି ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।  ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ସିଂହଦ୍ଵାର ଥାନା ପୋଲିସ ଉକ୍ତ ଯୁବକଙ୍କୁ ଫୋନ କରି ତାଗିଦ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top