ଖେଳ

ରାଜକୋଟରେ ରଣଜୀ ଜିତିଲା ସୌରାଷ୍ଟ୍ର

Ranji saurastra

ରାଜକୋଟ୍: ରଣଜୀରେ ଚାମ୍ପିଅନ୍‌ ହେଲା ସୌରାଷ୍ଟ୍ର । ଫାଇନାଲ୍‌ ମ୍ୟାଚ୍‌ରେ ବେଙ୍ଗଲ ଦଳକୁ ହରାଇ ଟାଇଟଲ ହାସଲ କରିନେଇଛି ସୌରାଷ୍ଟ୍ର ଦଳ । ଉଭୟ ଟିମ୍‌ ମଧ୍ୟରେ ଆରମ୍ଭରୁ ଜୋରଦାର ସଂଘର୍ଷ ଦେଖିବାକୁ ମିଳିଥିଲା । ତେବେ ଶେଷ ଦିନରେ ଅର୍ଥାତ୍‌ ଶୁକ୍ରବାର ବେଙ୍ଗଲ ବ୍ୟାଟିଂ ଶେଷ ସୁଦ୍ଧା ବେଳେ ମୋଟ ୩୮୧ ରନ୍‌ କରିବାରେ ସମର୍ଥ ହୋଇଥିଲା । ଫଳରେ ସୌରାଷ୍ଟ୍ର ୪୪ ରନ୍‌ରେ ଅଗ୍ରଣୀ ରହିଥିବାରୁ ମ୍ୟାଚ ଡ୍ର ରହିବା ସହିତ ପ୍ରଥମ ଇନିଂସ ଆଗୁଆ ଭିତ୍ତିରେ ସୌରାଷ୍ଟ୍ର ଚାମ୍ପିଅନ ହୋଇଛି ।

ସୌରାଷ୍ଟ୍ର ଦଳର ବିଜୟ ପାଇଁ ଅଧିନାୟକ ଜୟଦେବ ଉନଦକତଙ୍କ ନେତୃତ୍ୱକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେ ଟୁର୍ଣ୍ଣାମେଣ୍ଟର ପ୍ରାୟ ସବୁ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି । ରାଜକୋଟରେ ଅନୁଷ୍ଠିତ ଏହି ଫାଇନାଲ ମ୍ୟାଚରେ ସୌରାଷ୍ଟ୍ର ପ୍ରଥମ ଇନିଂସରେ ୪୨୫ ସ୍କୋର କରିଥିବା ଯୋଗୁଁ ଏହି ସଫଳତା ପାଇପାରିଛି । ଉନଦକତ ଚଳିତ ରଣଜୀ ସିଜିନରେ ଶତକଡ଼ା ୧୩.୨୩ ହାରରେ ୬୭ଟି ୱିକେଟ୍‍ ହାସଲ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top