ନ୍ୟୁଜ୍

ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା, ପାର୍ବଣ ଋତୁ ଆସିଲାଣି ହେଲେ ସରିପାରୁନି କାମ !

BMC CMC

ଭୁବନେଶ୍ୱର: ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା । ଟିକେ ଏପାଖସେପାଖ ହେଲେ ଚାଲିଯାଇ ପାରେ ଜୀବନ । କେବଳ ଭୁବନେଶ୍ୱର ନୁହେଁ କଟକରେ ମଧ୍ୟ ସମଦଶା । ଆଉ ଏହା ଭିତରେ ଆରମ୍ଭ ହୋଇଛି ପାର୍ବଣର ଋତୁ । ଆଗକୁ କଟକ-ଭୁବନେଶ୍ୱର ଟ୍ୱିନ୍ ସିଟିରେ ଲାଗିବ ଭିଡ଼ । ତେବେ ଏ ସବୁ ଭିତରେ କେବେ ଏହିସବୁ କାମ ସରିବ ତାହା ଏବେ ଟ୍ୱିନ୍‌ସିଟି ବାସୀଙ୍କ ପାଇଁ ବଡ଼ ଚିନ୍ତାର କାରଣ ।

ସହର ସାରା ଖୋଳା । ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ସାଧାରଣ ଲୋକ । କେଉଁଠି ରାସ୍ତା ପାର୍ଶ୍ୱ ଖୋଳା ଯାଇଥିବା ବେଳେ ସେଠାରେ ବାଡ ଲାଗିଛି ତ ଆଉ କେଉଁଠି ଖୋଲାମେଲା ପଡିଛି ଖୋଳା ଯାଇଥିବା ସ୍ଥାନ । ଟିକିଏ ଏପାଖ ସେପାଖ ହେଲେ କଣ ବି ଘଟିପାରେ । କେବଳ ସ୍ମାର୍ଟସିଟି ଭୁବନେଶ୍ୱର ନୁହେଁ । କଟକରେ ମଧ୍ୟ ଅନରୂପ ଅବସ୍ଥା । ଯନ୍ତ୍ରଣାରେ ଟ୍ୱିନ୍‌ସିଟିବାସୀ । ସେପଟେ ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ । ଆଗକୁ ଆସୁଛି ଦଶହରା ପୂଜା । ହେଲେ ଏବେ ସହରର ମୁଖ୍ୟ ଓ ଗଳିକନ୍ଦି ରାସ୍ତାର ଅବସ୍ଥା ବେହାଲ । ସେପଟେ ପୂଜା ସରିବା ପର୍ଯ୍ୟନ୍ତ ରାସ୍ତା ଖୋଳା ବନ୍ଦ ନିଷ୍ପତ୍ତି ନେଇଛି ବିଏମସି । ରାସ୍ତା କଡରେ ନିର୍ମାଣ ସାମଗ୍ରି ଜମା କଲେ ପଡିବ ଜରିମାନା । ଠିକାଦାର ଓ କାର୍ଯ୍ୟ କରୁଥିବା କମ୍ପାନୀ ଗୁଡିକୁ ଏଭଳି କିଛି ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ । କିନ୍ତୁ ଯେଉଁ ରାସ୍ତା ଖୋଳାଯାଇଛି ତାର କାମ ସାରିବା ପାଇଁ କୌଣସି ନିଦିଷ୍ଟ ସମୟସୀମା ଜାରି କରିନି ମହାନଗର ନିଗମ । ଯାହାକୁ ନେଇ ସାଧାରଣରେ ପ୍ରକାଶ ପାଇଛି ଅସନ୍ତୋଷ ।

ସ୍ମାର୍ଟସିଟି ଭୁବନେଶ୍ୱର । ସାମାନ୍ୟ ବର୍ଷା ହେଲେ ଅବସ୍ଥା ହୋଇଯାଉଛି ବେହାଲ । ଡ୍ରେନ୍ ଓ ସ୍ୱରେଜ କଥା ନକହିବା ଭଲ । ସେପଟେ ସହର ସାରା ଖୋଳା ଏବେ ଲୋକଙ୍କୁ ଚିନ୍ତାରେ ପକାଇଦେଇଛି । ସେପଟେ ରାସ୍ତା ଖୋଳା ପାଇଁ ଲୋକେ ସମସ୍ୟାରେ ପଡୁଥିବା କଥା ସ୍ୱାକାର କରିଛନ୍ତି ବିଏମସିର ଅତିରିକ୍ତ କମିଶନର । ଆଗାମୀ ପୂଜା ପାଇଁ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ରାସ୍ତା ଖୋଳା ପାଇଁ କିଭଳି ଭାବେ ସମସ୍ୟା ସୃଷ୍ଟି ନହେବ ତାହା ପ୍ରତି ଧ୍ୟାନ ଦିଆଯାଉଛି  ବୋଲି ସଫେଇ ଦେଇଛି ବିଏମସି ।

ସ୍ମାର୍ଟସିଟିର ସ୍ମାର୍ଟ ରାସ୍ତା । ଖାଲଖମାରେ ଭର୍ତି । ସବୁବେଳେ ଟ୍ରାଫିକ୍ ସମସ୍ୟା । ଆଗକୁ ଦୁର୍ଗାପୂଜା । ଏଭଳି ସ୍ଥିତିରେ ବିଏମସି ଓ ନଗର ଉନ୍ନୟନ ବିଭାଗ କି ପଦକ୍ଷେପ ନେଇଛି ଏହା ଉପରେ ଏବେ ସମସ୍ତଙ୍କ ନଜର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top