ନ୍ୟୁଜ୍

ଚାଷୀଙ୍କୁ ଅସମ୍ମାନ କରିଥିଲା ପୋଲିସ, କ୍ଷମା ମାଗଲେ ଜିଲ୍ଲାପାଳ !

Collector On Farmer

ସମ୍ବଲପୁର: ଚାଷୀଙ୍କୁ କ୍ଷମା ମାଗିଲେ ଜିଲ୍ଲାପାଳ । ଚାଷୀଙ୍କୁ ବୈଠକରେ ଯୋଗ ଦେବାକୁ ଯିବା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ଫାଟକରେ ପୋଲିସ ଅଟକାଇବାକୁ ନେଇ କ୍ଷମା ମାଗିଛନ୍ତି ଜିଲ୍ଲାପାଳ ଶୁଭମ ସାକ୍ସେନା । ଚଳିତ ବର୍ଷ ଖରିଫ ଧାନ କିଣା ପ୍ରସ୍ତୁତି ବୈଠକ ଗତ 2 ତାରିଖରେ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷର ଅନୁଷ୍ଠିତ ହେବାକୁ ଥିଲା । ହେଲେ ବୈଠକରେ ଯୋଗ ଦେବାକୁ ଚାଷୀମାନେ ଯିବା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟରେ ସେମାନଙ୍କୁ ପୋଲିସ ଅଟକାଇଥିଲା । ଫଳରେ ଚାଷୀମାନେ ବୈଠକକୁ ବର୍ଜନ କରି ଫେରିଆସିଥିଲେ । ତେଵେ ଆଜି ପୁଣି ଖରିଫ ଧାନ କିଣା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ଆରମ୍ଭ ହେବା ପୂର୍ବରୁ ଜିଲ୍ଲାପାଳ ଶୁଭମ ସାକ୍ସେନା, ଚାଷୀଙ୍କୁ କରାଯାଇଥିବା ଅସମ୍ମାନ ପାଇଁ କ୍ଷମା ମାଗିଥିଲେ । ପରେ ବୈଠକ ଆରମ୍ଭ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top