X
Breaking News
ନ୍ୟୁଜ୍

ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁଁ ବୁଡ଼ିଛି ଚାଷୀର ବେଉସା

Farmer

ସମ୍ୱଲପୁର: ଜାରି ରହିଛି ପ୍ରବଳ ଗୀଷ୍ମ ପ୍ରବାହ । ପ୍ରଚଣ୍ଡ ରୌଦ୍ର ତାପରେ ଜୀବନ ହନ୍ତସନ୍ତ । ଏଣେ ଚାଷ ଜମି କଥା ନକହିଲେ ଭଲ । ମରୁଭୂମି ପାଲଟିଯାଇଛି ଚାଷ ଜମି । ଜଳାଭାବରୁ ଧାନ ଫସଲ ଏବେ ଶୁଖି ପାଳରେ ପରିଣତ ହୋଇଛି ।

ପ୍ରଚଣ୍ଡ ଖରା ସାଙ୍ଗକୁ ପାଣିର ଅଭାବ ଏବେ ଚାଷୀର ଚିନ୍ତାର କାରଣ ସାଜିଛି । ସମ୍ବଲପୁର ପୋତାପଲି ଅଞ୍ଚଳରେ 15 ଏକରରୁ ଉର୍ଦ୍ଧ୍ୱ ଧାନ ଫସଲ ନଷ୍ଟ ହୋଇଯାଇଛି । ଗାଁର ଚାଷୀମାନେ କେନାଲ ପାଣିର ଲିଫ୍ଟ ପଏଣ୍ଟରୁ ପାଣି ନେଇ ଚାଷ କରିଥାନ୍ତି । ତେବେ ଚଳିତ ବର୍ଷ ବିଦ୍ୟୁତ ବିଭାଗକୁ ବିଲ ପୈଠ କରିଥିଲେ ମଧ୍ୟ ଏହି ଲିଫ୍ଟ ପଏଣ୍ଟର ବିଦ୍ୟୁତ ସଂଯୋଗ ବନ୍ଦ କରି ଦିଆଯାଇଛି । ଏପଟେ ଧାର ଉଦ୍ଧାର କରି ଚାଷ କରିଥିବା ଚାଷୀଙ୍କୁ ଠିକ ସମୟରେ ପାଣି ନମିଳିବାରୁ ଏପରି ପରିସ୍ଥିତି ଉପୁଜିଛି ।

ଏନେଇ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଆଣିଥିଲେ ବି କିଛି ସୁଫଳ ମିଳିଲା ନାହିଁ । ସବୁ ଜାଣି ବି ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଚାଷୀକୂଳ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ତୁରନ୍ତ ଏହାର ସମାଧାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ଚାଷୀ ସମସ୍ୟା ଏ ରାଜ୍ୟରେ ନୂୂଆଁ ନୁହେଁ । ଧାର କରଜ କରି ଚାଷ କରିଥିବା ଚାଷୀ ଏବ ଚିନ୍ତାର ଜୁଇରେ । ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ଯୋଗୁ ବୁଡିଛି ଚାଷୀର ବେଉସା । ତେବେ ଉଜୁଡି ଯାଇଥିବା ଫସଲର ଭରଣା ଏବେ କେମିତି ହେବ ସେ ନେଇ ଚିନ୍ତାରେ ଚାଷୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top