ନ୍ୟୁଜ୍

ଶାମୁକା ପ୍ରକଳ୍ପ ଅନୁମୋଦିତ, ୪ ମାସ ମଧ୍ୟରେ କାମ ଆରମ୍ଭ

shamuka beach masterplan

ଭୁବନେଶ୍ୱର: ଖୁବ୍‌ଶୀଘ୍ର ପୁରୀରେ ସରକାରଙ୍କ ପକ୍ଷରୁ ନିର୍ମାଣ ହେବାକୁ ଯାଉଛି ଶାମୁକା ପ୍ରକଳ୍ପ । ଜନସାଧାରଣଙ୍କ ପାଇଁ ବିଳାଶ ପୂର୍ଣ୍ଣ ହେବ ଏହି ଶାମୁକା ପ୍ରକଳ୍ପ । ସଂଶୋଧିତ ଶାମୁକା ପ୍ରକଳ୍ପକୁ ଅନୁମୋଦନ ମିଳିସାରିଛି । ଏହାକୁ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ଅନୁମୋଦନ ଦିଆଯାଇଛି । ଆଜି ଶାମୁକା ପ୍ରକଳ୍ପର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ଉଚ୍ଚସ୍ତରୀୟ ବୈଠକ ।

ବୈଠକ ପରେ ପର୍ଯ୍ୟଟନ ସଚିବ ବିଶାଳ ଦେବଙ୍କ ସୂଚନା ଅନୁଯାୟୀ, ପୁରୀର ସିପ୍‌ ସରୁବାଲିରେ ନିର୍ମାଣ ହେବ ଏହି ଶାମୁକା ପ୍ରକଳ୍ପ । ଏହି ପ୍ରକଳ୍ପ ପାଇଁ 972 ଏକର ଜମି ଇଡ୍‌କୋ ଅଧିଗ୍ରହଣ କରିସାରିଛି । ଶାମୁକା ପ୍ରକଳ୍ପରେ ରହିବ ବଡ ବଡ ହୋଟେଲ, ସ୍ପା, ମ୍ୟୁଜିୟମ୍‌ ଓ ବାସଗୃହ । ଆସନ୍ତା 4 ମାସ ଭିତରେ ଏହି ପ୍ରକଳ୍ପ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ । 3 ରୁ 5 ବର୍ଷ ଭିତରେ ପ୍ରକଳ୍ପ ଶେଷ କରିବାର ଲକ୍ଷ ରଖାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top