X
Breaking News
ଦେଶ

ଓଡ଼ିଶାରେ ହେବ ସଂସ୍କୃତ ଗାଁ ନିର୍ମାଣ, ଯେଉଁଠି ସଂସ୍କୃତ ହେବ କଥିତ ଭାଷା !

Sankrit Village

ନୂଆଦିଲ୍ଲୀ: ସାରା ଦେଶରେ ଅତିକମ୍‌ରେ  ଦୁଇଟି ସଂସ୍କୃତ ଗାଁ ପ୍ରତିଷ୍ଠା ହେବ । ଯେଉଁଠି ଲୋକଙ୍କ କଥିତ ଭାଷା ସଂସ୍କୃତ ଭାଷା ରହିବ । ସଂସ୍କୃତ ଭାଷାକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ରସରକାର ଏହ ଯୋଜନା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶ ଏଭଳି ସୂଚନା ଦେଇଛନ୍ତି । ଦିଲ୍ଲୀରେ ଭାରତୀୟ ଭାଷା ସଂସ୍ଥାନର ପ୍ରମୁଖଙ୍କୁ ନେଇ ଆୟୋଜିତ ଏକ ବୈଠକରେ, ସେ ସଂସ୍କୃତ ଗାଁ ନିର୍ମାଣ କରିବା କଥା କହିଛନ୍ତି । ତେବେ ଦୁଇଟି ଗାଁ ମଧ୍ୟରୁ ଗୋଟିଏ ଗାଁ ଓଡ଼ିଶାରେ ହୋଇପାରେ ବୋଲି ଆଶା କରାଯାଉଛି । କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଭାଷାକୁ ସଶକ୍ତ କରିବାକୁ କେନ୍ଦ୍ର ସରକାରଙ୍କର ଲକ୍ଷ୍ୟ ରହିଛି ତେଣୁ ଖାଲି ଥିବା ପଦବୀକୁ ମଧ୍ୟ ଶୀଘ୍ର ପୂରଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ କହିବା ମୁତାବକ ସଂସ୍କୃତ ଶିକ୍ଷାକୁ ଲୋକପ୍ରିୟ କରାଇବା ପାଇଁ ଅଧିକ ସଂଖ୍ୟାରେ ଶିକ୍ଷକ ଓ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବା ଆବଶ୍ୟକ ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି ।

ସୂଚନା ଅନୁଯାୟୀ, ଓଡ଼ିଶାର ପୁରୀରେ ଥିବା ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପାଖରେ ଥିବା ଅଞ୍ଚଳରେ ସଂସ୍କୃତ ଗାଁ ଗଠନ ହୋଇପାରେ ବୋଲି ଆଶା କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top