ନ୍ୟୁଜ୍

ଦୁର୍ଦଶାରେ ପୁରା ପରିବାର, ହେଲେ ସରକାର ଶୁଣିପାରୁ ନାହାନ୍ତି ଦୁଃଖ

Sonpur raghunath sethi

ସୋନପୁର: ସରକାରୀ ଯୋଜନାର ବିପର୍ଯ୍ୟସ୍ତ ଅବସ୍ଥା ଦେଖିବାକୁ ମିଳିଛି ସୁବର୍ଣ୍ଣପୁରରେ । ଗରିବ ଅସହାୟ ଓ ଦିବ୍ୟାଙ୍ଗଙ୍କ ପାଇଁ ସରକାର ମାଳମାଳ ଯୋଜନା କରି ବାହାବାହା ନେଉଥିବା ବେଳେ ସୁବର୍ଣ୍ଣପୁର ଲେହେଡି ଗାଁର ରଘୁନାଥ ସେଠୀଙ୍କ ପରିବାର ନିକଟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ଭଗବାନ ବାକ୍‌ ଶକ୍ତି ନେଇଗଲେ, ସରକାର ଦୁଃଖ ସୁଣଇଲେନି । ଭାଗ୍ୟର ବିଡମ୍ୱାନା, ଘରେ ଥିବା ବଢିଲା ଝିଅ ଭିନ୍ନକ୍ଷମ ହୋଇଥିବା ବେଳେ ସ୍ତ୍ରୀ ଜଣେ କୁଷ୍ଠ ରୋଗୀ । ଫଳରେ ବୟସର ଅପରାହ୍ନରେ ମଧ୍ୟ ପର ଘରେ ମୁଲଲାଗି ପରିବାର ପ୍ରତିପୋଷଣ କରୁଛନ୍ତି ରଘୁନାଥ ।

ସେ ହେଉଛନ୍ତି ସୁବର୍ଣ୍ଣପୁର ଲେହେଡି ଗାଁର ରଘୁନାଥ ସେଠୀ । ଜନ୍ମରୁ ରଘୁନାଥ କଥା କହିପାରୁଥିଲେ, କିନ୍ତୁ ପରେ ଚିକିତ୍ସା ଅଭାବରୁ ସେ  ନିଜର ବାକ୍‌ ଶକ୍ତି ହରାଇଛନ୍ତି । ରହିବାକୁ ଘର ନଥିବାରୁ ଭାଗ୍ୟକୁ ଆଦରି ଝାଟିମାଟି ଘରେ ପଡି ରହିଛନ୍ତି ପୁରା ପରିବାର । ସରକାରୀ ସହାୟତା କହିଲେ କେବଳ ପିଡିଏସ୍‌ ଚାଉଳ ଛଡା ତାଙ୍କୁ ନା ମିଳୁଛି ଭତ୍ତା ନା ଅନ୍ୟ କୌଣସି ସରକାରୀ ସହାୟତା । ଏନେଇ ବାରମ୍ବାର ଅଭିଯୋଗ ପରେ ବି କେହି ଅଭିଯୋଗ ଶୁଣୁ ନଥିବା କୁହାଯାଉଛି ।

ଦୀର୍ଘ ବର୍ଷ ହେବ ଭଙ୍ଗା ଘରେ ପୁରା ପରିବାର ଅସହାୟ ହୋଇ ପଡିରହିଛନ୍ତି । ଏମାନଙ୍କୁ ଦେଖିଲେ ଲାଗୁଛି ସରକାରୀ ଯୋଜନାର ବାସ୍ତବତା ସତରେ ଯେମିତି ସ୍ଥାଣୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top