X
Breaking News
ନ୍ୟୁଜ୍

ତିନି ରଥକୁ ଆଜ୍ଞାମାଳ ବିଜେ

jagannath

ପୁରୀ: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଯାହାକୁ ନେଇ ଚଳଚଞ୍ଚଳ ପୁରୀ ସହର । ସେପଟେ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇସାରିଛି । ପ୍ରଥମେ ତାଳଧ୍ୱଜ ରଥକୁ ଆଜ୍ଞାମାଳ ବିଜେ ହୋଇଛି । ପରେ ନନ୍ଦିଘୋଷ ଓ ଦେବଦଳନ ରଥକୁ ଆଜ୍ଞାମାଳ ବିଜେ ହେଲା ।  ଆଜ୍ଞାମାଳ ବିଜେ ପରେ ଶ୍ରୀମନ୍ଦିର ଆଗକୁ ୩ ରଥ ଯିବ ।

ସେପଟେ  ଆଜି ରାତି ୯ଟା ଯାଏ ଶ୍ରୀମନ୍ଦିରରେ ରହିବ ସାଧାରଣ ଦର୍ଶନ ।  ଆଜି ରାତିରୁ ଆରମ୍ଭ ହେବ ରଥଯାତ୍ରା ପ୍ରସ୍ତୁତି । ୩ଟି ରଥକୁ ସିସିଟିଭି ନଜରରେ ରଖାଯିବ ବୋଲି ମଧ୍ୟ ସୂଚନା ମିଳିଛି । ଏହାରି ଭିତରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ୱେବସାଇଟ୍‌ ମଧ୍ୟ ଲଞ୍ଚ କରାଯାଇଛି । ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶ୍ରଦ୍ଧାଳୁ ନିଜ ମୋବାଇଲ୍‌ରେ ଲାଇଭ୍‌ ଦେଖିବାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top