ନ୍ୟୁଜ୍

ଜିଲ୍ଲାପାଳଙ୍କ ପୋଲ୍‌ ଖୋଲିଲେ ବିଧାୟକ ପ୍ରିତିରଞ୍ଜନ ଘଡ଼େଇ…!

Sukinda mla collectore

ଯାଜପୁର/ସୁକିନ୍ଦା: ବୈଠକରେ ତୁମ୍ବିତୋଫାନ । ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଓ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ମଧ୍ୟରେ କଥା କଟାକଟି । ଖୋଦ୍ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଉପସ୍ଥିତରେ କଥା କଟାକଟି ହେଲେ ବିଧାୟକ ଓ ଜିଲ୍ଲପାଳ । କେବଳ ସେତିକି ନୁହେଁ ବିଧାୟକଙ୍କ ଉପସ୍ଥିତରେ ଜିଲ୍ଲପାଳଙ୍କୁ ଜବାବ ମାଗିଲେ ବିଧାୟକଙ୍କ ସମର୍ଥକ । ଆଉ ପ୍ରଶାସନିକ ସ୍ତରରେ ଚାଲିଥିବା ଅସଲଗୁମର ଖୋଲି ଦେଇଥିଲେ ଖୋଦ୍ ବିଧାୟକ ।

ଜବାବ ମାଗିବାକୁ ଯାଇ ଜିଲ୍ଲାପାଳଙ୍କ ପୋଲ୍ ଖୋଲିଦେଲେ ବିଧାୟକ ଆଉ ସର୍ବସମ୍ମୁଖରେ ହଟ୍ଟହଟ୍ଟା ହେଲେ ଜିଲ୍ଲାପାଳ ରଞ୍ଜନ ଦାସ । ଖୋଦ୍ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଉପସ୍ଥିତରେ ଜିଲ୍ଲାପାଳ ଓ ବିଧାୟକଙ୍କ ମଧ୍ୟରେ ହେଲା ଉଚ୍ଚବାଚ୍ଚ । କେବଳ ଜିଲ୍ଲାପାଳଙ୍କୁ ବିଧାୟକ ଘେରିଲେ ତାହା ନୁହେଁ ସମର୍ଥକମାନେ ମଧ୍ୟ ଜିଲ୍ଲାପାଳଙ୍କୁ ଜବାବ ମାଗିଲେ । ଆଉ ଖୋଦ୍ ମନ୍ତ୍ରୀଙ୍କ ଉପସ୍ଥିତରେ ଥଥ ମମ ହେଲେ ଜିଲ୍ଲପାଳ । କେବଳ ସେତିକି ନୁହେଁ ପ୍ରକଳ୍ପ ପାଇଁ ଜମି ଦେବାରେ ସରକାର କେମିତି 8 ବର୍ଷ ହେଲା କାମ କରୁଛନ୍ତି ତାର ଗୁମର ମଧ୍ୟ ଖୋଲିଦେଇଛନ୍ତି ବିଧାୟକ ପ୍ରୀତିରଞ୍ଜନ ଘଡେଇ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top