ନ୍ୟୁଜ୍

ରାଜ୍ୟରେ ୯୦ଟି ସ୍ଥାନରେ ନାହିଁ ରେଳବାଇ ଫାଟକ

railway gate

ଭୁବନେଶ୍ୱର: ରାଜ୍ୟରେ ଏବେ ବି ବିପଦ ସଙ୍କୁଳ ଅବସ୍ଥାରେ ରେଳ ଫାଟକ ଦେଇ ଯାତାୟତ କରୁଛନ୍ତି ସାଧାରଣ ଲୋକ । ରାଜ୍ୟରେ ଏବେ ସୁଦ୍ଧା 90ଟି ସ୍ଥାନରେ ରେଳବାଇ ଫାଟକ ନଥିବା ଜଣାପଡ଼ିଛି । ତେଣୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଦେଇ ଅତିକ୍ରମ କରୁଥିବା ରେଲ୍‌ଓ୍ୱେ ଲାଇନରେ ଫାଠକ ଲଗାଇବାକୁ ପୂର୍ତ୍ତ ବିଭାଗକୁ ଚିଠି ଲେଖିଛି ରେଳବାଇ ବିଭାଗ ।

ତେବେ ରେଳବାଇ ଫାଟକ ନଥିବାରୁ ଅନେକ ସମୟରେ ସାଧାରଣ ଲୋକମାନେ ବିପଦରେ ପଡ଼ୁଛନ୍ତି । ଫଳରେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ୁଛି । ହେଲେ ତଥାପି ଫଳ ଶୂନ୍‌ । ଖାଲି ଜନସାଧାରଣ ନୁହଁନ୍ତି, ରେଳବାଇ ଫାଟକ ନଥିବାରୁ ଜୀବଜନ୍ତୁ ତଥା ହାତୀ ପଲ ମଧ୍ୟ ରେଳ ଦୁର୍ଘଟଣାର ଶିକାର ହେଉଛନ୍ତି । ତେବେ ଏଭଳି ସମସ୍ୟା ନେଇ ମନ୍ତ୍ରୀ କହିଛନ୍ତି ଖବୁଶୀଘ୍ର ଏହାର ସମାଧାନ ହେବା । ଯୁଦ୍ଧକାଳୀନ ଭିତ୍ତିରେ ସବୁ ସ୍ଥାନରେ ନିର୍ମାଣ ହେବ ରେଳବାଇ ଫାଟକ । ଫାଟକ ନଥିବାରୁ ଏହିସବୁ ସ୍ଥାନରେ ଦୁର୍ଘଟଣା ହେଉଛି । ଫଳରେ ବହୁ ଧନଜୀବନ କ୍ଷୟକ୍ଷତି ହେଉଛି ବୋଲି ସ୍ୱୀକାର କରିଛନ୍ତି ମନ୍ତ୍ରୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top