X
Breaking News
ନ୍ୟୁଜ୍

ଅସହ୍ୟ ତାତି: ୧୦ଟି ସହରରେ ୪୦ ଡିଗ୍ରୀ ଉପରେ ପାରଦ

temperature

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟର 10ଟି ସହରରେ ତାପମାତ୍ରା ଅସହ୍ୟ ହୋଇପଡିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ରେ ସର୍ବାଧି କ 45.5 ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି  ବଲାଙ୍ଗିରରେ 44.6, ସୋନପୁରରେ 44.0, ସମ୍ୱଲପୁରରେ 43.3, ଝାରସୁଗୁଡ଼ାରେ 43.2, ହୀରାକୁଦରେ 42.4, ଅନୁଗୁଳରେ 41.7, ସୁନ୍ଦରଗଡ଼ରେ 41.5, ତାଳଚେର ଓ ମାଲକାନଗିରିରେ ମଧ୍ୟ 40 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।

ଏହି 10ଟି ସ୍ଥାନରେ 40 ଡିଗ୍ରୀ ଉପରକୁ ତାପମାତ୍ରା ରହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି । ପ୍ରଚଣ୍ଡ ଗ୍ରୀଷ୍ମ ଦାଉ ସାଧାରଣ ଜୀବନକୁ ପ୍ରଭାବିତ କରିଛି । ସକାଳ 8ଟାରୁ ହିଁ ବାହାରକୁ ବାହାରିବା ଅସହ୍ୟ ହୋଇପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top