ନ୍ୟୁଜ୍

ୟୁଜିସି କ୍ୟାଟେଗୋରୀ-୧ ଉଚ୍ଚଶିକ୍ଷାନୁଷ୍ଠାନ ତାଲିକାରେ ଦେଶରେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥାନ ୧୭

utkal university

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସିର କ୍ୟାଟେଗୋରୀ-1 ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଏହି ତାଲିକାରେ ସାରା ଦେଶର 25ଟି ଅଗ୍ରୀମ ବିଶ୍ୱବିଦ୍ୟାଳୟର ନାଁ ସାମିଲ ରହିଛି । ଏଥିମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥାନ 17 ନମ୍ବର ରହିଛି । ତେବେ ଓଡ଼ିଶାର ଏକମାତ୍ର ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଏହି ତାଲିକାରେ ସ୍ଥାନ ପାଇଛି । ଏହି ତାଲିକାରେ ସ୍ଥାନ ପାଇଥିବା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମୁକ୍ତ ଓ ଦୂର ନିରନ୍ତର ପାଠ୍ୟକ୍ରମ ପ୍ରଦାନ କରିପାରିବେ ବୋଲି ୟୁଜିସି ସଚିବ ପ୍ରଫେସର ରଜନୀଶ ଜୈନ ସୂଚନା ଦେଇଛନ୍ତି ।

ଓଡ଼ିଶାର ଗୋଟିଏ ବୋଲି ଶିକ୍ଷାନୁଷ୍ଠାନ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରର 5ଟି ଲେଖାଏଁ ଉଚ୍ଚଶିକ୍ଷାନୁଷ୍ଠାନ ଏହି ତାଲିକାରେ ରହିଛନ୍ତି । ଆନ୍ଧ୍ର ବିଶ୍ୱବିଦ୍ୟାଳୟ, ତିରୁପତିର ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠ ଥିବାବେଳେ ମହାରାଷ୍ଟ୍ରର ଭାରତୀ ବିଦ୍ୟାପୀଠ ଭଳି ଶିକ୍ଷାନୁଷ୍ଠାନ ଏଥିରେ ସାମିଲ ଅଛି ।

ତେବେ ଏହି ତାଲିକା ଅନ୍ତର୍ଭୁକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଡିଷ୍ଟାନ୍ସ ମୋଡ୍‌ରେ ଏମ୍‌ଫିଲ୍‌ କିମ୍ବା ପିଏଚ୍‌ଡି ପାଠ୍ୟକ୍ରମ ଦେଇପାରିବେନି ବୋଲି ପ୍ରଫେସର ଜୈନ ସ୍ପଷ୍ଟ କରିଛନ୍ତି ।

ଇଞ୍ଜିନିୟରିଂ, ମେଡିକାଲ ଡେଣ୍ଟାଲ, ଫାର୍ମସି, ନର୍ସିଂ, ଆର୍କିଟେକ୍‌ଚର, ଫିଜଓଥେରାପି, କୃଷି ଏବଂ ହୋଟେଲ ମ୍ୟାନେଜ୍‌ମେଣ୍ଟ ଭଳି ବୃତ୍ତିଗତ କୋର୍ସଗୁଡ଼ିକ ମନଇଚ୍ଛା ପ୍ରଦାନ କରିପାରିବେ ନାହିଁ ଏହି ଉଚ୍ଚଶିକ୍ଷାନୁଷ୍ଠାନ । ଏହି କୋର୍ସଗୁଡ଼ିକ ପ୍ରଦାନ କରିବା ପାଇଁ ଥିବା ବିଭିନ୍ନ ନିୟମନ୍ତ୍ରୀତ କର୍ତ୍ତୃପକ୍ଷଙ୍କ ନିକଟରୁ ସ୍ୱତନ୍ତ୍ର ଅନୁମତି ନେବା ଆବଶ୍ୟକ ବୋଲି ୟୁଜିସି ସଚିବ ସୂଚନା ଦେଇଛନ୍ତି ।

Utkal University

Utkal University

Utkal University

Utkal University

Utkal University

Utkal University

Click to comment

Leave a Reply

Your email address will not be published. Required fields are marked *

Most Popular

To Top