ନ୍ୟୁଜ୍

ବିପଦ ସଙ୍କୁଳ ବିଲ୍ଡିଂରେ ଚାଲିଛି ରୋଗୀ ସେବା, ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ !

Berhampur Medical

ବ୍ରହ୍ମପୁର: ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଚିକିତ୍ସା ସେବା । ମେଡିକାଲର ବିଲଡିଂ ଫାଟି ଆଁ କଲାଣି, ତଥାପି ବିପଦ ସଂକୁଳ ଅବସ୍ଥାରେ ଚାଲିଛି ରୋଗୀ ସେବା । ଏକଥା ଆମେ କହୁନାହୁଁ ଟିକେ ଭଲ କରି ଦେଖନ୍ତୁ କିଭଳି ବିପଦ ସଙ୍କୁଳ ଅବସ୍ଥାରେ ରହିଛି ମେଡିକାଲର ବିଲଡିଂ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ । ଆଉ ଆମେ କହୁଛୁ ବ୍ରହ୍ମପୁର ବଡ଼ ମେଡିକାଲର ସ୍ଥିତି । କେଉଁଠି ଛାତ ଫାଟି ସିମେଣ୍ଟ ଖସି ଆଁ କଲାଣି ତ, କେଉଁଠି ଛାତ ଉପରେ ଗଛ ଉଠିଲାଣି । ରୋଗୀଙ୍କ ଭାଗ୍ୟ ଭଗବାନଙ୍କ ଭରସାରେ । କେଉଁ ସମୟରେ ଯେ ଅଘଟଣ ଘଟିବ କିଏ କହିବ ! କଣ ଗଞ୍ଜାମ ଜିଲ୍ଲାପାଳ ଓ 5ଟି ସଚିବ ଦେଖିପାରୁ ନାହାନ୍ତି ଏଭଳି ଅବସ୍ଥା ।

ଦ୍ବୀପତଳ ଅନ୍ଧାର ପରି ବ୍ରହ୍ମପୁର ଏମକେସିଜି ମେଡିକାଲର ଦୟନୀୟ ସ୍ଥିତି ରହିଛି, ଯାହା କାହାକୁ ବି ଦେଖାଯାଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦୀର୍ଘ 60 ବର୍ଷ ହେବ ବଡ ମେଡିକାଲର ଚିକତ୍ସା ସେବା ଏଭଳି ଦୟନୀୟ ଅବସ୍ଥାନରେ ଚାଲିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ସମସ୍ତଙ୍କୁ ସଚେତନ ନାଗରିକ ଅଭିଯୋଗ ଜଣାଇଛନ୍ତି । ଅନସେଫ୍‌ ବିଲଡିଂରେ କିଭଳି ହେଉଛି ଚିକିତ୍ସା ସେବା ଯାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ?

ଦକ୍ଷିଣ ଓଡ଼ିଶାର ଏମ୍‌କେସିଜି ମେଡ଼ିକାଲ କଲେଜ 55 ବର୍ଷ ତଳେ ନିର୍ମାଣ ହୋଇଥିଲା । ଯାହାକି 2014ରେ ବିପଦ ସଂକୁଳ କୋଠା ଭାବେ ରାଜ୍ୟ ସରକାର ଘୋଷଣା କରି ନୁଆ ବିଲ୍ଡିଂ କଲେ । ହେଲେ ପୁରୁଣା ଭଙ୍ଗା ଦଦରା କୋଠା ତଳେ ଚାଲିଛି କାର୍ଡିଓଲୋଜି, ଇଏନଟି, ନେଫ୍ରୋଲୋଜି, ନି୍ୟୁ ରୋ ସର୍ଜରି ଏବଂ ପ୍ଲାଷ୍ଟିକ ସର୍ଜରି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ । ମେଡିକାଲର ୱାର୍ଡ ଛାତରୁ ପଲସ୍ତରା ଭାଙ୍ଗି ଲୁହାରଡ଼ ବି ଦିଶିଲାଣି । କେତେବେଳେ କାହା ଉପରେ ପଡ଼ିବ ସିମେଣ୍ଟ ଖଣ୍ଡ କେହି କହିପାରିବେ ନାହିଁ । ତାହାକୁ ନେଇ ଚିନ୍ତାରେ ରୋଗୀ ଏବଂ ମେଡ଼ିକାଲ କର୍ମଚାରୀ । ଭାଗ୍ୟକୁ ଆଦରି ଭଗବାନଙ୍କ ଉପରେ ଭରସା କରି ଚିକିତ୍ସିତ ହେଉଛନ୍ତି ରୋଗୀ ।

ଖାଲି ସେତିକି ନୁହେଁ ଦୁଇଟି ସୁପର ସ୍ପେସିଆଲିଟି ବିଲଡିଂ ପରେ ବି ବିପଦ ସଙ୍କୁଳ ବିଲଡିଂ କିଭଳି ହେଉଛି ଚିକିତ୍ସା । 120 କୋଟି ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସହାୟକ ଯୋଜନାରେ ନିର୍ମାଣ ହୋଇଥିବା କୋଠାରେ ସମସ୍ତ ଅତ୍ୟାଧୁନିକ ଉପକରଣ ଥାଇ ବି କାହିଁକି ଅସୁରକ୍ଷିତ ବିଲ୍ଡିଂରେ ହେଉଛି ଚିକିତ୍ସା ? କ’ଣ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ ଓ 5T ସଚିବ ଏବ ବଡ଼ ବିପତ୍ତିକୁ ଅପେକ୍ଷା କରି ବସିଛନ୍ତି ? କଣ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଏହା ହେଉଛି ଉତ୍ତମ ଚିକିତ୍ସା ସେବାର ନମୁନା କି ? କାହିଁକି ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲାପାଳ ? 5T ସଚିବ, ସ୍ବତନ୍ତ୍ର ସଚିବ ଓ ଜିଲ୍ଲାପାଳଙ୍କ ନଜର ପଡିବା ପରେ ବି କାହିଁକି 5 ବର୍ଷ ହେବ ଚିକିତ୍ସା ଚାଲିଥିଲା ? ଯାହାକୁ ନେଇ ଉଠିଛି ବଡ ପ୍ରଶ୍ନ ?

2014ରେ ବିପଦ ସଙ୍କୁଳ କୋଠା ଘୋଷଣା ପରେ କାହିଁକି ଓ କାହା ନିର୍ଦେଶରେ ହେଉଛି ଚିକିତ୍ସା । କ’ଣ ରୋଗୀଙ୍କ ଜୀବନର କିଛି ମୁଲ୍ୟ ନାହିଁ କି ରାଜ୍ୟ ସରକାରଙ୍କ ନିକଟରେ । ସରକାରଙ୍କ 5T ସଚିବଙ୍କୁ ଏନେଇ ଅଭିଯୋଗ ପରେ ବି କାହିଁକି ନିରବ ରହିଲେ ? କଣ ଜାଣିଶୁଣି ସରକାର ବିପଦକୁ ଆମନ୍ତ୍ରଣ ପାଇଁ ଅପେକ୍ଷା କରିଛନ୍ତି କି ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top