X
Breaking News
ନ୍ୟୁଜ୍

ପୋଲିସ କାର୍ଯ୍ୟାଳୟ ସାମ୍ନାରେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘର ଧାରଣା

strike

କଳାହାଣ୍ଡି: କଳାହାଣ୍ଡି ଭବାନୀପାଟଣା ରିଜର୍ଭ ପୋଲିସ କାର୍ଯ୍ୟାଳୟ ସାମ୍ନାରେ ୧୬୦ରୁ ଉର୍ଦ୍ଧ୍ୱ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘର ଧାରଣା । ନିର୍ବାଚନ ପାଇଁ ପାଞ୍ଚ ଦିନର ସେବା ପ୍ରତିବଦଳରେ ତିନିଦିନର ପାଉଣା ନେବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ । ଏହାର ପ୍ରତିବାଦ କରିବାରୁ ସାର୍ଜେଣ୍ଟ ନୀଳକଣ୍ଠ କହଁର ଓ ହାବିଲଦାର ଜ୍ୟେତିରଂଜନ ପ୍ରଧାନ ମାଡ ମାରିବାକୁ ଧମକ ଦେଇଥିବା ଅଭିଯୋଗ କରି ଆଜି ଭବାନୀପାଟଣା ରିଜର୍ଭ ପୋଲିସ୍ ପଡିଆ ଠାରେ ଧାରଣା ଦେଇଥିଲେ । ଏହାସହ ଦୁର୍ବ୍ୟବହାର କରିଥିବା ପୋଲିସ ଅଫିସର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ଧାରଣା ଦେଇଥିଲେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top