ନ୍ୟୁଜ୍

ନୂଆପଡ଼ାରେ ଚାଷୀ ମୁଣ୍ଡରେ ଚଡ଼କ, ଦୁଃଖ ଶୁଣିବାକୁ କେହି ନାହାନ୍ତି ! ଦେଖନ୍ତୁ ଭିଡିଓ…

Nupada Farmer

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଚାଷୀଙ୍କ ଦୁଃଖର ସରୁ ନାହିଁ । କେତେବେଳେ ଚାଷୀ ନକଲି ମଞ୍ଜି କିଣି ଶିକାର ହେଉଛନ୍ତି ତ କେତେବେଳେ ରୋଗପୋକ ଦାଉ ସାଧୁଛି । ଅନେକ ସମୟରେ ଅଭାବୀ ବିକ୍ରି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । କୋମନା ବ୍ଲକ ଟିକ୍ରାପଡା ଅଞ୍ଚଳରେ ଶହ ଶହ ଏକର ଧାନ ଫସଲ ରୋଗପୋକ ପାଦୁର୍ଭାବ ଦେଖା ଦେଇଛି । କେବଳ କୋମନା ଅଞ୍ଚଳ ନୁହେଁ ଜିଲ୍ଲାର ଅନେକ ଅଞ୍ଚଳରେ ଚାଷୀଙ୍କର ରୋଗରେ ଧାନ ଫସଲ ନଷ୍ଟ ହୋଇଯାଇଛି । ଫଳରେ ଚାଷୀ ପୁଅ ମୁଣ୍ଡରେ ପୁଣି ଚଡ଼କ ପଡ଼ିଛି ।

ଥମିବାରେ ନାଁ ଧରୁନି ନୂଆପଡ଼ା ଚାଷୀଙ୍କ ଦୁଃଖ । ପ୍ରଥମେ ଅନାବୃଷ୍ଟି ଯୋଗୁଁ ମରୁଡି ପରିସ୍ଥିତି ଉପୁଜିଥିବା ବେଳେ ଏବେ ରୋଗ ପୋକ ବଳକା ଫସଲକୁ ନଷ୍ଟ କରିବାରେ ଲାଗିଛି । ଫଳନ୍ତି ଧାନ ଫସଲରେ ରୋଗ ପୋକ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି । ଏବେ କେମିତି ଋଣ ଭାର ପରିସୋଧ କରି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ ଚାଷୀ କୂଳ ।

କୋମନା ଟିକ୍ରାପଡା ଅଞ୍ଚଳର ବିଭିନ୍ନ ଗାଁର ବିଲ ମାନଙ୍କରେ ରୋଗପୋକ ଲାଗି ଏକର ଏକର ଧାନ ଫସଲ ଉଜୁଡି ଯାଇଛି । ଯେଉଁ ଧାନ ବିଲକୁ ଦେଖି ଚାଷୀ ଦିନେ ଚାଷୀ ଖୁସି ହେଉଥିଲେ ସେହି  ଧାନ ବିଲରେ କେଣ୍ଡା ସବୁ ପୋକଲାଗି ନଷ୍ଟ  ହୋଇଯାଇଛି । ଏହି ପୋକ ମାନଙ୍କ ଉପରେ ଔଷଧ ପ୍ରୟୋଗ କଲେ ମଧ୍ୟ କିଛି ଲାଭ ମିଳୁନଥିବା ଅଭିଯୋଗ ହୋଇଛି । ରୋଗପୋକ ପାଇଁ ଫଳନ୍ତି ଧାନ ଫସଲ ମଉଳି ପଡିଥିବା ବେଳେ ତାସହ ଭାଙ୍ଗି ଯାଇଛି ଚାଷୀ କୂଳଙ୍କ ମନୋବଳ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top