ଜୀବନ ମନ୍ତ୍ର

CBSE, ICSE କୋର୍ସ ହ୍ରାସ ପରେ ଦ୍ୱନ୍ଦ୍ୱରେ ଓଡ଼ିଆ ମିଡିୟମ୍‌ ଛାତ୍ରଛାତ୍ରୀ

 ଭୁବନେଶ୍ୱର: କରୋନା-ଶିକ୍ଷା-କ୍ୟାରିୟର । ସମସ୍ତଙ୍କ ମନରେ ପ୍ରଶ୍ନ, କେବେ ଖୋଲିବ ସ୍କୁଲ ?  କେବେ ଆରମ୍ଭ ହେବ ପାଠପଢ଼ା ?  ସିବିଏସଇ ପରି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ପାଠ୍ୟକ୍ରମରେ ହେବ କି କାଣ୍ଟଛାଣ୍ଟ  ? ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ନା ସେହି ପୂରୁଣା ଶିକ୍ଷାବର୍ଷ ଆଧାରରେ ହେବ ପାଠପଢ଼ା ?  ଏହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଲକଡାଉନ ଯୋଗୁ ସ୍କୁଲ ବନ୍ଦ ରହିଥିବା ବେଳେ ସିବିଏସଇ 9ମରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ୍ୟକ୍ରମକୁ 25 ରୁ 30 ପ୍ରତିଶତ ହ୍ରାସ କରିଛି । ପଠାପଢାରୁ ପିଲାଙ୍କୁ ଚାପମୁକ୍ତ କରିବା ପାଇଁ ସିବିଏସଇ ବୋର୍ଡ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କଣ ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

ସେପଟେ ଅଗଷ୍ଟ ମାସରେ ପରିସ୍ଥିତି ଦେଖି ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବା ସହ ପାଠ୍ୟକ୍ରମରେ କାଣ୍ଟଛାଣ୍ଟ ହେବ କି ନାହିଁ ତା ଉପରେ ବିଚାର କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ  ସମୀର ରଞ୍ଜନ ଦାଶ । କେବଳ 30 ପ୍ରତିଶତ ନୁହେଁ ବରଂ ଆବଶ୍ୟକ ପଡ଼ିଲେ 50 ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯିବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।

ଅନ୍ୟପଟେ ଜାତୀୟ ଶିକ୍ଷା ବୋର୍ଡ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଥିବା ବେଳେ ଓଡିଶା ବୋର୍ଡ ଯଥାଶୀଘ୍ର ପଦକ୍ଷେପ ନେବା ଉଚିତ ବୋଲି ମତ ଦେଇଛନ୍ତି ଶିକ୍ଷାବିତ । ପିଲାଙ୍କୁ ଚାପମୁକ୍ତ କରିବା ପାଇଁ ଆବଶ୍ୟକ ଅନୁଯାୟୀ ପାଠ୍ୟକ୍ରମ ହ୍ରାସ କରିବା ଉଚିତ ବୋଲି ମତ ଦେଇଛନ୍ତି ଶିକ୍ଷାବିତ । ସେପଟେ ଏହାକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠେଇଛନ୍ତି ଓଷ୍ଟା ସମ୍ପାଦକ ପ୍ରକାଶ ମହାନ୍ତି । ଯଥାଶୀଘ୍ର ବୈଷୟିକ କମିଟି ଡକାଯାଇ ପାଠ୍ୟକ୍ରମ ହ୍ରାସ ଉପରେ ଆଲୋଚନା କରିବା ଉଚିତ । ଏହା କରାନଗଲେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ଉପରେ ଅଧିକ ଚାପ ପଡ଼ିବ ବୋଲି ଓଷ୍ଟା ସମ୍ପାଦକ କହିଛନ୍ତି ।

ସ୍କୁଲ ପାଠପଢ଼ାର 210 ଦିନ ଭିତରୁ ପ୍ରଭାବିତ ହେଲାଣି 84 ଦିନ । ତେବେ ବାକି 126 ଦିନରେ ସମସ୍ତ ପାଠ୍ୟକ୍ରମ ସରିବ ନା କାଣ୍ଟଛାଣ୍ଟ କରି ପାଠପଢା ଆରମ୍ଭ  କରାଯିବ ସେନେଇ ଏବେ ଆରମ୍ଭ ହୋଇଯାଇଛି ସସପେନ୍ସ । ଆଉ ସେପଟେ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top