X
Breaking News
ଜୀବନ ମନ୍ତ୍ର

OUATରେ ନୂତନ ଭିସି ନିଯୁକ୍ତ

pawan

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ନୂଆ କୁଳପତି ହେଲେ ପଓ୍ୱନ କୁମାର ଅଗ୍ରଓ୍ୱାଲ୍ । ଏବେ ପଓ୍ୱନ କୁମାର ଅଗ୍ରଓ୍ୱାଲ୍ ଭାରତୀୟ କୃଷି ଗବେଷଣା ପରିଷଦ (ICAR)ର ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ପଓ୍ୱନ କୁମାର ଅଗ୍ରଓ୍ୱାଲଙ୍କୁ ଓୟୁଏଟିର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୯ ତାରିଖରେ ଓୟୁଏଟିର ପୂର୍ବତନ କୁଳପତି ସୁରେନ୍ଦ୍ରନାଥ ପଶୁପାଳକ କୁଳପତି ପଦ ଛାଡ଼ିବା ସହ ସରକାରୀ ଚାକିରିରୁ ଇସ୍ତଫା ଦେଇଥିଲେ । ତାପରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ପଟ୍ଟନାୟକଙ୍କୁ ଓୟୁଏଟିର କୁଳପତି ଦାୟିତ୍ୱ ଦିଆଯାଇଥିଲା ।

Most Popular

To Top