X
Breaking News
ନ୍ୟୁଜ୍

ଜହର ପାଲଟିଛି ଜଳ, ବିଶୁଦ୍ଧ ପାନୀୟ ଜଳ ପାଇଁ ଲୋକେ ଡହଳବିକଳ

water

ଧର୍ମଗଡ଼: ଜଳ ହିଁ ଜୀବନ କୁହାଯାଉଥିବା ବେଳେ ଏବେ ଜଳ ପାଲଟିଛି ଜହର । ନଳକୂପର ବିଶାକ୍ତ ଜଳ ପିଇ କିଡନୀ ରୋଗରେ ଅନେକଙ୍କ ଜୀବନ ହାନି ଘଟିଥିବା ବେଳେ ଏବେବି ଅନେକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ବିଶୁଦ୍ଧ ପାନୀୟ ଜଳ ପାଇଁ ଓଭରହେଡ ଟ୍ୟାଙ୍କ ନିର୍ମାଣ ହୋଇଥିବା ବେଳେ କାମରେ ଆସୁନି । ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଚିଚିଆ ଗାଁରୁ ।

Water

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଚିଚିଆ ଗ୍ରାମପଞ୍ଚାୟତର ଚିଚିଆ ଗାଁ । ଏହି ଗାଁରେ ୧ହଜାର ରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ଏବେ ଏହି ଗାଁର ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ଗାଁରେ ନଳକୂପ ଗୁଡିଏ ରହିଥିବା ବେଳେ ଅନେକ ନଳକୂପରୁ ଫ୍ଲୋରାଇଡ ପାଣି ବାହାରୁ ଥିବାରୁ ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅନେକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି । ବ୍ୟବହାର ଉପେଯାଗୀ ନଳକୂପ କହିଲେ ମାତ୍ର ଗୋଟିଏ ନଳକୂପ ହିଁ ଏହି ଗ୍ରାମବାସୀଙ୍କ ସାହାଭରସା । ଅନ୍ୟପଟେ ଖରା ଦିନ ହୋଇଥିବାରୁ ଏହି ଗୋଟିଏ ନଳକୂପରେ ନାହିଁ ନଥିବା ଭିଡ ଯୋଗୁଁ ପାଣି ବୁନ୍ଦାଏ ପାଇଁ ଲୋକେ ନାନା ହଇରାଣ ହେଉଛନ୍ତି ।

ଅନ୍ୟପଟେ ଏହି ଗାଁର ଜଳ ସମସ୍ୟା ନେଇ ଅନେକ ଆନ୍ଦୋଳନ ପରେ ଏହି ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପ୍ରଶାସନ ତରଫରୁ ୩୩ଲକ୍ଷ ଟଙ୍କା ବ୍ୟୟ ଅଟଳଳରେ ଏକ ଓଭରହେଡ ଟ୍ୟାଙ୍କ ମଧ୍ୟ ନିର୍ମାଣ ହେଲା । ଏହି ଓଭରହେଡ ଟ୍ୟାଙ୍କ ୧୩ ଡିସେମ୍ବର ୨୦୧୭ ରୁ କାର୍ଯ୍ୟାରମ୍ଭ ହୋଇ ୧୨ ନଭେମ୍ବର ୨୦୧୮ ରେ ଶେଷ ହେବା କଥା କିନ୍ତୁ ଏପର୍ଯ୍ୟନ୍ତ କାମ ଶେଷ ନହେବା ଓ ନିମ୍ନ ମାନର କାମ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିବା ସହ କେବେ ଏହି ଟ୍ୟାଙ୍କରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ଏନେଇ ଜଳ ଯୋଗଣ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଶିଘ୍ର ଓଭରହେଡ ଟ୍ୟାଙ୍କରୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

Water

ଜଳ ହିଁ ଜୀବନ କୁହାଯାଉଥିବା ବେଳେ ବିଶାକ୍ତ ଜଳ ପାନ କରୁଥିବା ଚିଚିଆ ଗାଁ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଓଭରହେଡ ଟ୍ୟାଙ୍କରୁ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top