ନ୍ୟୁଜ୍

‘ଅପରେସନ ସ୍ୱାଭିମାନ’ ସଫଳ, ଜବତ ହେଲା ଲକ୍ଷାଧିକ ଟଙ୍କାର ଅସ୍ତ୍ରଶସ୍ତ୍ର

ଭୁବନେଶ୍ୱର:  ସଫଳ ହେଲା ‘ଅପରେସନ ସ୍ୱାଭିମାନ’ । ଜବତ ହେଲା ଲକ୍ଷାଧିକ ଟଙ୍କାର ବିଷ୍ଫୋରକ,ବନ୍ଧୁକ ଓ ଗୋଳାବାରୁଦ । ସ୍ୱାଭିମାନ ଅଂଚଳରେ ଲାଲ ବାହିନୀ ଆତଙ୍କ ଚଳାଇଥିବା ବେଳେ ଚଳିତ ବର୍ଷ ଜାନୁୟାରୀ 8 ରୁ 13 ତାରିଖ ପର୍ଯ୍ୟନ୍ତ 6 ଦିନ ଧରି ଏକ ବଡ ଅପରେସନ ଚଳାଇଥିଲା ଓଡ଼ିଶା ପୋଲିସ  । ଏଥିରେ ସାମିଲ ହୋଇଥିଲେ ବିଏସଏଫ, କୋବ୍ରା ବାଟାଲିଅନ ଓ ଆନ୍ଧ୍ର ପୋଲିସ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ କମାଣ୍ଡର ।

ଏହା ପରେ ଆଉ କିଛି ଛୋଟ ଅପରେସନ ମଧ୍ୟ ହୋଇଥିଲା  । ଜାନୁୟାରୀ 15ରେ ମାଲକାନଗିରିର ଗୋଇମୁଣ୍ଡା ଗ୍ରାମ ନିକଟରେ ମୁହଁମୁହିଁ ହୋଇଥିଲେ ପୋଲିସ ଓ ଲାଲବାହିନୀ । ମାଓକ୍ୟାମ୍ପରୁ ମିଳିଥିବା ଦସ୍ତାବିଜ ଭିତିରେ ଗତ ଦୁଇ ତିନି ଧରି ବିଭିନ୍ନ ଅଂଚଳରେ ଖାନ ତଲାସି କରିଥିଲା ପୋଲିସ । ଆଉ ଶେଷରେ ଜବତ ହେଲା ପ୍ରାୟ 7 କିସମର ବନ୍ଧୁକ ଗୁଳିଗୋଳା ଓ ବିଷ୍ଫୋରକ ସମାଗ୍ରୀ ।

ଜବତ ବନ୍ଧୁକ ମଧ୍ୟରେ ଇନଶାସ ଲାଇଟ , ମେସିନ ଗନ, ଇନଶାସ ରାଇଫଲ, କାରବାଇନ ଷ୍ଟେନଗନ,ଏସଏଲ ଆର ରାଇଫଲ, 303 ରାଇଫଲ, ପିସ୍ତଲ ଓ ଅପ୍ଟିକାଲ ସାଇଟ । ଜବତ ବନ୍ଧୁକ ଭିତରୁ ଇନଶାସ ଲାଇଟ ମେସିନଗନ ଓ ଅପ୍ଟିକାଲ ସାଇଟ ଏମିତି କିଛି ବନ୍ଧୁକ ଯାହା ମାଓବାଦୀଙ୍କ ପାଖରୁ ଆଗରୁ କେବେ ଜବତ ହୋଇନଥିଲା । ତେବେ ଏହି ଅପରେସନକୁ ଓଡିଶାର ଏକ ବୃହତ୍ତମ ମାଓ ବିରୋଧୀ ଅପରେସନ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ ।

ଦୀର୍ଘ ଦିନରୁ ସ୍ୱାଭିମାନ ଅଂଚଳରେ ଆତଙ୍କ ଖେଳାଇ ଆସୁଛନ୍ତି ଲାଲ ବାହିନୀ । କିନ୍ତୁ ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ମାଓ ବିରୋଧୀ ଅପରେସନ କରାଯିବା ସହ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ପାଇଁ ପ୍ରୟାସ କରାଯାଉଛି । ପୂର୍ବରୁ ଏହି ଅଂଚଳର ପେପରମାଟଲାରେ ଏକ ଥାନା ନିର୍ମାଣ କରାଯାଇଥିବା ବେଳେ ଏବେ ଜୋଡାଆମ୍ବ ଠାରେ ଅଢ଼େଇ କୋଟି ଟଙ୍କା ବ୍ୟୟରେ ଏକ ଥାନା ନିର୍ମାଣ କରାଯାଉଛି । ତେବେ ଏହାରି ଭିତରେ ମାଓ ଅଂଚଳର 70 ଭାଗକୁ ନିଜ ନିୟନ୍ତ୍ରଣକୁ ଅଣାଯାଇଛି । ସମଗ୍ର ଅଂଚଳରେ ବିକାଶର ସ୍ରୋତ ପହଂଚିବା ସହ ଲୋକ କେବେ ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top