X
Breaking News
ନ୍ୟୁଜ୍

ନବୀନଙ୍କ ନିର୍ବାଚନୀ ଚାଲ୍‌: ‘ଓଡିଶାରୁ ୩୩% ମହିଳା ସଂସଦକୁ ଯିବେ’

କେନ୍ଦ୍ରାପଡା: ନିର୍ବାଚନୀ ବୈତରଣୀ ପାର ହେବାକୁ ସବୁ ଦଳ ପ୍ରଚେଷ୍ଟା ଜାରି ରଖିଛନ୍ତି । ସେପଟେ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ, ଏହାକୁ ଭଲ ଭାବେ ବୁଝିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ନିର୍ବାଚନକୁ ଆଖିରେ ରଖି ଗୋଟିଏ ପରେ ଗୋଟିଏ ମହିଳା କାର୍ଡ ଖେଳୁଛନ୍ତି ନବୀନ ।

କେନ୍ଦ୍ରାପଡ଼ା ମିଶନ ଶକ୍ତି ମହାସମାବେଶରେ ମହିଳାଙ୍କ ପାଇଁ ପୁଣିଥରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡାରେ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ସହ ଓଡିଶାରୁ ୩୩% ମହିଳା ସଂସଦକୁ ଯିବେ ବୋଲି ନବୀନ କହିଛନ୍ତି । ଏନେଇ ସେ ଦେଶର ଅନ୍ୟ ରାଜନୈତିକ ଦଳଗୁଡିକ ସହ ଆଲୋଚନା କରିଛନ୍ତି । ଏବଂ ଅଧିକାଂଶ ଦଳ ଏହାକୁ ସମର୍ଥନ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ରାପଡାର ମାଟି ବିଜୁ ବାବୁଙ୍କ ମାଟି । ୧୯୯୦ରେ ବିଜୁ ବାବୁ ସାରା ଭାରତକୁ ବାଟ ଦେଖାଇଥିଲେ । ତେବେ ଏହି ଅବସରରେ ମାଛ ଚାଷ କରୁଥିବା କିଛି ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରିଛନ୍ତି ନବୀନ ପଟ୍ଟନାୟକ । ଏହା ସହ ବ୍ଲକ ସ୍ତରୀୟ ମହାସଂଘ ମାନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ

Click to comment

Leave a Reply

Your email address will not be published. Required fields are marked *

Most Popular

To Top