X
Breaking News
  • ନେପାଳରେ ଭୂକମ୍ପ ଝଟ୍‌କା
  • ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକାରୀ
  • ନୟାଗଡ: ବନ୍ଧୁକ ଲୁଟିଲେ ମାଓବାଦୀ
ନ୍ୟୁଜ୍

ବିଜେଡି ନେତାଙ୍କୁ ରାସ୍ତାରେ ଅଟକାଇ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ମାଗିଲେ ମହିଳା

sanjaya dasbarma

ବ୍ରହ୍ମଗିରି: ବିଜେଡି ନେତାଙ୍କୁ ଅଟକାଇ ପ୍ରଶ୍ନ କଲେ ମହିଳା । ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା କେବେ ଫେରାଇବ ପ୍ରଶ୍ନରେ ସଞ୍ଜୟଙ୍କ ଝାଳ ବୁହାଇଦେଲେ ସ୍ଥାନୀୟ ବାସିନ୍ଦା ।

ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା ପ୍ରଚାର ଶୋଭାଯାତ୍ରାରେ ଯାଉଥିଲେ । ଏହି ସମୟରେ ସଞ୍ଜୟଙ୍କୁ ନିଜ ନିର୍ବାଚନ ମଣ୍ଡଳିର ବେଂଟପୁର ପଂଚାୟତର ବିଜିପୁର ଗ୍ରାମରେ ସ୍ଥାନୀୟ ମହିଳାଙ୍କ ପକ୍ଷରୁ ବିରୋଧ କରାଯାଇଛି । ତାଙ୍କ ଗାଡ଼ିକୁ ମହିଳାମାନେ ଅଟକାଇଛନ୍ତି । ଏହା ସହ ଚିଟ୍‌ଫଣ୍ଡରେ ସାଧାରଣ ଲୋକ ଜମା କରିଥିବା ଟଙ୍କା କେବେ ଫେରିପାଇବେ ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି ।

ଚିଟ୍‌ଫଣ୍ଡ କେଳେଙ୍କାରୀରେ ଅନେକ ବିଜେଡି ନେତା ଲିପ୍ତଥିବା ଅଭିଯୋଗ ହୋଇଆସୁଥିଲା । ତେଣୁ ସଞ୍ଜୟଙ୍କ ଅବସ୍ଥା ଆଜି ଯେଭଳି ହୋଇଛି ସେଭଳି ଅନେକ ବିଜେଡି ନେତାଙ୍କର ହେବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା । ତେବେ ସଞ୍ଜୟଙ୍କୁ ରାସ୍ତାରେ ଅଟକାଇ ମହିଳାମାନେ ଚିଟ୍‌ଫଣ୍ଡ ଟଙ୍କା ମାଗିଛନ୍ତି । ଏହାର ଉତ୍ତର କ’ଣ ରଖିବେ ବୋଲି ସଞ୍ଜୟ ଅପଦସ୍ତ ହୋଇଥିଲେ । ଏମିତିକି ସଞ୍ଜୟଙ୍କ ସମର୍ଥକ ଓ ମହିଳାଙ୍କ ମଧ୍ୟରେ ହାତାହାତିର ପରିସ୍ଥିତି ଉପୁଜିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top