X
Breaking News
ନ୍ୟୁଜ୍

ବଢ଼ିଲା ବସ୍‌ ଭଡ଼ା, ପୂର୍ବ ତୁଳନାରେ ଏକ ପଇସା ବଢ଼ିଛି

BUS

ଭୁବନେଶ୍ୱର: ପୁଣି ବଢ଼ିଲା ବସ୍ ଭଡ଼ା । ବିଭିନ୍ନ ଶ୍ରେଣିରେ ବସ୍‌ ଭଡ଼ାକୁ ବୃଦ୍ଧି କରାଯାଇଛି । ସାଧାରଣ ବର୍ଗର ବସ୍‌ ଦରରେ କିଲୋମିଟର ପିଛା ଏକ ପଇସା ବୃଦ୍ଧି ପାଇଛି । ପୂର୍ବରୁ ଏହି ଦର କିଲୋମିଟର ପିଛା 68 ପଇସା ଥିବା ବେଳେ ଏବେ ଏକ ପିଇସା ବୃଦ୍ଧି ପାଇ ଏହା 69 ପଇସାରେ ପହଞ୍ଚିଛି ।

ସେହିଭଳି ଏକ୍ସପ୍ରେସ୍‌ ବସ୍‌ ଦରରେ ମଧ୍ୟ କିଲୋମିଟର ପିଛା ଏକ ପଇସା ବୃଦ୍ଧି ପାଇଛି । ପୂର୍ବରୁ କିଲୋମିଟର ପିଛା 71 ପଇସା ଥିବା ବେଳେ ଏବେ 72 ପଇସାରେ ପହଞ୍ଚିଛି । କିନ୍ତୁ ଡିଲକ୍ସ ବସ୍‌ ଦରରେ କିଲୋମିଟର ପିଛା ଦୁଇ ପଇସା ବୃଦ୍ଧି ପାଇଛି । ପୂର୍ବରୁ ଏହା 97 ପଇସା ଥିବା ବେଳେ ଏବେ 99 ପଇସାରେ ପହଞ୍ଚିଛି ।  ଅନ୍ୟପଟେ ଏସି ଡିଲକ୍ସ ବସ୍‌ ଦରରେ  ମଧ୍ୟ କିଲୋମିଟର ପିଛା ଦୁଇ ପଇସା ବୃଦ୍ଧି ପାଇଛି । ପୂର୍ବରୁ ଏହା 1.19 ପଇସା ଥିବା ବେଳେ ଏବେ 1.21 ପଇସାରେ ପହଞ୍ଚିଛି ।

ତେବେ ବଜରରେ ଡିଜେଲ୍‌ ଦର ବୃଢ଼ିବା ଦ୍ୱାରା ବସ୍‌ ଭଡ଼ା ବଢ଼ାଯାଇଥିବା କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top