X
Breaking News
ନ୍ୟୁଜ୍

ନବୀନଙ୍କ ପରେ କଂଗ୍ରେସ ଖେଲିଲା ମହିଳା କାର୍ଡ, ଲୋକସଭା-ବିଧାନସଭାରେ ମହିଳା ପ୍ରାର୍ଥୀଙ୍କୁ ଫୋକସ୍‌

SUMITRA Jena

ଭୁବନେଶ୍ୱର: କଂଗ୍ରେସ ମଧ୍ୟ ଖେଳିବ ମହିଳା କାର୍ଡ । ବିଜେଡି ପରେ କଂଗ୍ରେସ ମଧ୍ୟ ମହିଳା ଭୋଟ ପାଇଁ ମହିଳା ପ୍ରାର୍ଥୀଙ୍କ ଉପରେ ଗୁରୁତ୍ବ ଦେବ । ରାଜ୍ୟରେ ମହିଳାଙ୍କୁ ଆଗକୁ ଆଣିବା, ଗଣତନ୍ତ୍ର ଶାସନରେ ସେମାନଙ୍କ ଭାଗିଦାରକୁ ସୁନିଶ୍ଚିତ କରିବା ପାଇଁ କଂଗ୍ରେସ ଆଗାମୀ ନିର୍ବାଚନରେ ଅଧିକ ମହିଳାଙ୍କୁ ପ୍ରାର୍ଥୀଭାବେ ସୁଯୋଗ ଦେବ  । ମହିଳାଙ୍କ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେବଳ ଲୋକସଭା ପାଇଁ 33% ମହିଳା ପ୍ରାର୍ଥୀ ଦେବେ ବୋଲି ଘୋଷଣା କରିଛନ୍ତି । ତେବେ କଂଗ୍ରେସ କିନ୍ତୁ ଏହାଠାରୁ ଦୁଇ ପାଦ ଆଗକୁ ଯାଇଛି । ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ସୂଚନା ଅନୁଯାୟୀ, କଂଗ୍ରେସ ମଧ୍ୟ ୩୩% ମହିଳାଙ୍କୁ ଟିକେଟ ଦେବାକୁ ସ୍ଥିର କରିଛି । ଏନେଇ ଅଧ୍ୟକ୍ଷ ରାହୁଲ ଗାନ୍ଧି ସୂଚନା ଦେଇଥିବା କହିଛନ୍ତି ସୁମିତ୍ରା ।

କଂଗ୍ରେସ ଉଭୟ ବିଧାନସଭା ଓ ଲୋକସଭାରେ 33% ମହିଳା ପ୍ରାର୍ଥୀ ଦେବ ବୋଲି କହିଛନ୍ତି ରାହୁଲ ଗାନ୍ଧି । ଏନେଇ ସୁମିତ୍ରା ଜେନା ସୂଚନା ଦେଇଛନ୍ତି । କଂଗ୍ରେସ ପକ୍ଷରୁ ବିଧାନସଭା ପାଇଁ 52 ଜଣ ମହିଳାଙ୍କୁ ପ୍ରାର୍ଥୀ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଲୋକସଭା ପାଇଁ 15 ଜଣ ମହିଳାଙ୍କୁ ଟିକଟ ଦିଆଯିବ ବୋଲି ସ୍ଥିର କରାଯାଇଛି । ଅନ୍ୟ ପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତି ଜିଲ୍ଲାରୁ ଜଣେ ଲେଖାଏଁ ମହିଳାଙ୍କୁ କଂଗ୍ରେସ ଟିକଟ ଦେଇପାରେ । ଯଦି କଂଗ୍ରେସ ଏଭଳି ମହିଳାଙ୍କୁ ଟିକେଟ ଦିଏ ତେବେ ମହିଳା ଭୋଟ ଏପାଟ ସେପାଟ ହେବାର ମଧ୍ୟ ସମ୍ଭାବନା ରହିଥିବା ଚର୍ଚା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top